ନୂଆଦିଲ୍ଲୀ : ରାଜ୍ୟସଭାରେ ଓଡିଶା ସାନ୍ତାଳୀ ଭାଷାକୁ ମିଳିଲା ମାନ୍ୟତା । ଏହାପରେ ରାଜ୍ୟସଭାରେ ମାନ୍ୟତାପ୍ରାପ୍ତ ଭାଷା ସଂଖ୍ୟା ୨୨ରେ ପହଂଚିଥିବା ନେଇ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ସୂଚନା ଦେଇଛନ୍ତି ।
ଓଡିଶା ପାଇଁ ଖୁସି ଖବର । ରାଜ୍ୟସଭାରେ ଓଡିଶା ସାନ୍ତାଳୀ ଭାଷାକୁ ମିଳିଲା ମାନ୍ୟତା । ସାନ୍ତାଳୀ ଭାଷାକୁ ମାନ୍ୟତା ମିଳିଥିବା ନେଇ ରାଜ୍ୟସଭା ସେକ୍ରେଟେରୀଏଟ୍ ନିଷ୍ପତି ନେଇଛି । ସାନ୍ତାଳୀ ଭାଷା ସହ ଡୋଗ୍ରୀ , ସିନ୍ଧି , କାଶ୍ମିରୀ , କୋଙ୍କଣୀ ଭାଷାରୁ ମଧ୍ୟ ମାନ୍ୟତା ପ୍ରଦାନ କରାଯାଇଛି । ତେବେ ରାଜ୍ୟସଭାରେ ସାନ୍ତାଳୀ ସହ ଏହି ଚାରୋଟି ଭାଷାରେ ମଧ୍ୟ ସାଂସଦ ଆଲୋଚନା କରିପାରିବେ ବୋଲି ସୂଚନା ଦିଆଯାଇଛି ।