ଶିକ୍ଷକଙ୍କ ମୁଣ୍ଡରୁ ହଟାଗଲା ବିଦ୍ୟାଳୟ ମରାମତି ଦାୟିତ୍ୱ

0
319
school
school
ଭୁବନେଶ୍ୱର  : ଶିକ୍ଷକଙ୍କ ମୁଣ୍ଡରୁ  ହଟାଗଲା ବିଦ୍ୟାଳୟ ମରାମତି ଦାୟିତ୍ୱ। ଏହି ଦାୟିତ୍ୱକୁ ଶିକ୍ଷକଙ୍କ ମୁଣ୍ଡରୁ ହଟାଯାଇ ପଂଚାୟତିରାଜ ଓ ନଗର ଉନ୍ନୟନ ବିଭାଗକୁ ଦିଆଯାଇଛି ।

ଏଣିକି ସାର୍ ବୁଝିବେନି ସରକାରୀ ବିଦ୍ୟାଳୟର ମରାମତି ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ । ଆଜି ଏନେଇ ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଦାୟିତ୍ୱକୁ ଶିକ୍ଷକଙ୍କ ମୁଣ୍ଡରୁ ହଟାଯାଇ ପଂଚାୟତିରାଜ ଓ ନଗର ଉନ୍ନୟନ ବିଭାଗକୁ ଦିଆଯାଇଛି । ସୂଚନାଯୋଗ୍ୟ କି, ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମରାମତି ଦାୟିତ୍ୱ ଗ୍ରାମାଂଚଳରେ ପଂଚାୟତିରାଜ ବିଭାଗକୁ ଦିଆଯାଇଥିବା ବେଳେ ସହରାଂଚଳରେ ଏହି ଦାୟିତ୍ୱ ନଗର ଉନ୍ନୟନ ବିଭାଗ ହାତରେ ନ୍ୟସ୍ତ କରାଯାଇଛି । ପୂର୍ବରୁ ଏହି ଦାୟିତ୍ୱ ଗଣଶିକ୍ଷା ବିଭାଗର ଥିଲା । ଯାଦ୍ୱାରା ଶିକ୍ଷକମାନେ ପାଠ ପଢାଇବା ଛାଡି ବିଦ୍ୟାଳୟ ମରାମତି କାମରେ ଅଧିକ ବ୍ୟସ୍ତ ରହୁଥିବାନେଇ ଅଭିଯୋଗ ଆସୁଥିଲା ।