ଗୋଠାପାଟଣାରେ ସେକେଣ୍ଡାରୀ ଡାଟା ସେଣ୍ଟର ଉଦଘାଟିତ

0
397
ravi sankar inagurated secondary data centre
ravi sankar inagurated secondary data centre
ଭୁବନେଶ୍ୱର :  ପୂର୍ବ ଭାରତର ପ୍ରଥମ ସେକେଣ୍ଡାରୀ ଡାଟା ସେଣ୍ଟରକୁ ଆଜି  କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଉଦଘାଟନ କରିଛନ୍ତି ।

ଆଜି ଭୁବନେଶ୍ୱର ଗୋଠାପାଟଣାରେ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ପୂର୍ବ ଭାରତର ପ୍ରଥମ ସେକେଣ୍ଡାରୀ ଡାଟା ସେଣ୍ଟରକୁ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ତଥା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ପ୍ରମୁଖ ଯୋଗ ଦେଇଛନ୍ତି ।

ପୂର୍ବ ଭାରତ ବିଶେଷ ଭାବରେ ଓଡିଶାରେ ନୂଆ ଅର୍ଥନୀତିର ଇକୋ ସିଷ୍ଟମକୁ ସୁଦୃଢ କରି ଯୁବ ପୀଢୀ ପାଇଁ ନୂଆ ରୋଜଗାର ସୁଯୋଗ ପାଇଁ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଗୁରୁତ୍ୱର ସହ କାମ କରୁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି । ଉଦଘାଟନ ଅବ୍ୟବହିତ ପୂର୍ବରୁ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନର ଭୂତତ୍ୱ, ଭୂ-ପଦାର୍ଥ ବିଜ୍ଞାନ ଛାତ୍ରଛାତ୍ରୀ, ଅଧ୍ୟାପକ ତଥା ଏହି କ୍ଷେତ୍ରରେ କାମ କରୁଥିବା ବୃତ୍ତିଧାରୀ ମାନଙ୍କ ସହ ସେ ଆଲୋଚନା କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମେରିକାର ପେନସିଲଭାନିଆରେ ଭୂପୃଷ୍ଠକୁ ଡ୍ରିଲିଂ କରି ପେଟ୍ରୋଲ ଜାତ ଦ୍ରବ୍ୟର ଅନୁସନ୍ଧାନ ପାଇଁ ଡାଟା ଏକାଠି କରିବା ଅଳ୍ପ କେତେ ବର୍ଷ ପରେ ଭାରତରେ ମଧ୍ୟ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା । ଉପଲବ୍ଧ ଡାଟାକୁ ନୂଆ ନୂଆ ଉପାୟରେ ବିଶ୍ଲେଷଣ କରା ଯିବା କାରଣରୁ ଆମେରିକା ଏହି କ୍ଷେତ୍ରରେ ଢେର ଆଗକୁ ଯାଇଛି ।

ମୋଦି ସରକାର ଆସିବା ପରେ ବ୍ୟବସୀୟ ସହାୟକ ନୀତି ନିର୍ଧାରଣ କରା ଯାଇ ହାଇଡ୍ରୋ କାର୍ବନ କ୍ଷେତ୍ରରେ ଅନୁସନ୍ଧାନ ଓ ଲାଇସେନ୍ସକୁ ସରଳ କରା ଯାଇଛି । ଏହି ବ୍ୟବସାୟିକ ସଂସ୍ଥା ମାନଙ୍କୁ ଉପଲବ୍ଧ ଡାଟାର ବିଶ୍ଲେଷଣାତ୍ମକ ତଥ୍ୟ ଉପଲବ୍ଧ କରାଇଲେ ସେମାନେ ଏହି କ୍ଷେତ୍ରରେ ପୂଂଜି ନିବେଶ କରିବା ପାଇଁ ଆଗ୍ରହୀ ହେବେ । ସମ୍ପୂର୍ଣ ପୂର୍ବ ଭାରତରେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଭୁବନେଶ୍ୱରରେ ସ୍ଥାପିତ ହେବାକୁ ଥିବା ଡାଟା ସେଂଟର ସହାୟକ ହେବ ବୋଲି ସେ କହିଛନ୍ତି ।