ଭକ୍ତଙ୍କଠାରୁ ଦାନ ଗ୍ରହଣ କରିପାରିବେନି ସେବାୟତ : ନିର୍ଦ୍ଦେଶ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ

0
322
jagannath temple
jagannath temple
ପୁରୀ : ଭକ୍ତଙ୍କ ଠାରୁ ଦାନ ଗ୍ରହଣ ନକରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସମସ୍ତ ନିଯୋଗକୁ ଚିଠି ମାଧ୍ୟମରେ ଏସଂକ୍ରାନ୍ତରେ ଜଣାଇବା ସହ ଭକ୍ତଙ୍କଠାରୁ ଦାନ ଅର୍ଥ ଗ୍ରହଣ ନକରିବାକୁ ଚିଠିରେ ଉଲ୍ଲେଖ ରହିଛି ।

 ସେବାୟତଙ୍କ ଦାନ ଗ୍ରହଣ ଉପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବାରେ ଲାଗିଛି ଶ୍ରୀମନ୍ଦିର ପ୍ରଶାସନ । ଏହି ପରିପ୍ରେକ୍ଷୀରେ ଆଜି ଭକ୍ତଙ୍କ ଠାରୁ ଦାନ ଗ୍ରହଣ ନକରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସମସ୍ତ ନିଯୋଗକୁ ଚିଠି ମାଧ୍ୟମରେ ଏସଂକ୍ରାନ୍ତରେ ଜଣାଇବା ସହ ଭକ୍ତଙ୍କଠାରୁ ଦାନ ଅର୍ଥ ଗ୍ରହଣ ନକରିବାକୁ ଚିଠିରେ ଉଲ୍ଲେଖ ରହିଛି । କିଭଳି ଭକ୍ତମାନେ ନିଜର ଦାନ ବା ଦକ୍ଷିଣା ସେବାୟତଙ୍କୁ ନଦେଇ ହୁଣ୍ଡିରେ ପକାଇବେ ସେ ନେଇ ଭକ୍ତଙ୍କୁ ସହଯୋଗ କରିବାକୁ ଚିଠିରେ କୁହାଯାଇଛି।

ଏତଦ  ବ୍ୟତିତ ମନ୍ଦିର ପରିସରରେ ଭକ୍ତଙ୍କୁ ଦାନ ପାଇଁ ସେବାୟତମାନେ ବାଧ୍ୟ କରିପାରିବେନି । ସେବକ, ସହଗାମୀ ଓ ଶ୍ରୀମନ୍ଦିର କର୍ମଚାରୀ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନରେ ବାଧା ଦେଇପାରିବେ ନାହିଁ ବୋଲି ଚିଠିରେ ଦର୍ଶାଯାଇଛି।