ବନ୍ୟା ପ୍ରଭାବିତ ଲୋକଙ୍କୁ ମିଳିବ ୭ ଦିନ ରିଲିଫ

0
451
naveen patnaik
naveen patnaik
ଭୁବନେଶ୍ୱର : ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ରାଜ୍ୟ ସରକାର ୭ ଦିନିଆ ରିଲିଫ ଘୋଷଣା କରିଛନ୍ତି। ସପ୍ତାହକ ମଧ୍ୟରେ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ଜିଲ୍ଲପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।

ବନ୍ୟା ପ୍ରଭାବିତ  ଅଞ୍ଚଳରେ ସାତ ଦିନ ପାଇଁ ବୟସ୍କଙ୍କୁ ଦୈନିକ ୬୦ ଟଙ୍କାର ରିଲିଫ ଦିଆଯିବ। ସେହିପରି ୧୨ ବର୍ଷରୁ କମ ପିଲାଙ୍କୁ ଦୈନିକ ୪୫ ଟଙ୍କାର ରିଲିଫ ଦିଆଯିବ । ଏହାସହ  ଗୃହପାଳିତ ପ୍ରାଣୀମାନଙ୍କୁ ମାଗଣାରେ ଚିକିତ୍ସା ସହ ଟୀକାକରଣ ମଧ୍ୟ କରାଯିବ  । ସପ୍ତାହକ ମଧ୍ୟରେ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ଜିଲ୍ଲପାଳଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଆଜି ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଭଦ୍ରକ, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ଭିଡିଓ କନଫରେନ୍ସି ଜରିଆରେ ମୁଖ୍ୟମନ୍ତ୍ରୀ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହିତ ବନ୍ୟା ପରିସ୍ଥିତି ଓ ଜିଲ୍ଲାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପରୋକ୍ତ ଘୋଷଣା କରିଛନ୍ତି।

ସମୀକ୍ଷାରୁ ଜଣାପଡ଼ିଛି ଯେ, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର ୧୭ଟି ବ୍ଲକ, ୪ଟି ପୌରପରିଷଦ ଏବଂ ୯୦୩ଟି ଗାଁର ସାଢେ ସାତ ଲକ୍ଷ ଲୋକ ଚଳିତ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ପଚାଶ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି । ଚାଳିଶ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ରନ୍ଧା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି। ଏଥିସହିତ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।