ଝାରଖଣ୍ଡରେ ମିଳିଲା ଗୋଟିଏ ପରିବାରର ୭ଜଣଙ୍କ ଶବ

0
244
7 dead body of a family found
7 dead body of a family found
ରାଂଚି : ଝାରଖଣ୍ଡ ରାଜଧାନୀ ରାଂଚିରେ ଏକ ଲୋମ ଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । କାଙ୍କେ ଥାନା ଅନ୍ତର୍ଗତ ବୋଡ଼ୟାର ଶୀତଳ ଭଣ୍ଡାର ସନ୍ନିକଟରେ ଥିବା ଗୋଟିଏ ପରିବାରର ୭ଜଣଙ୍କ ଶବ ରହସ୍ୟଜନକ ଭାବେ ଉଦ୍ଧାର କରାଯାଇଛି ।

ଦିଲ୍ଲୀ ବୁରାଡ଼ିରେ ଗୋଟିଏ ପରିବାରର ୧୧ଜଣ ସଦସ୍ୟଙ୍କ ମୃତ୍ୟୁର ଗୋଟିଏ ମାସ ବିତିନି ସମାନ ଘଟଣା ଦେଖିବାକୁ ମିଳିଛି ଝାରଖଣ୍ଡରେ ।  ରାଂଚିରେ  କାଙ୍କେ ଥାନା ଅନ୍ତର୍ଗତ ବୋଡ଼ୟାର ଶୀତଳ ଭଣ୍ଡାର ସନ୍ନିକଟରେ ଥିବା ଗୋଟିଏ ପରିବାରର ୭ଜଣଙ୍କ ଶବ ରହସ୍ୟଜନକ ଭାବେ ଉଦ୍ଧାର କରାଯାଇଛି । ଏହି ଘଟଣା ପରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ରାଂଚି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ ପରିବାର ଏଠାରେ ଘର ଭଡ଼ା ନେଇ ରହୁଥିଲେ । ପରିବାରରେ ୭ଜଣ ସଦସ୍ୟ ଥିଲେ । ଏହି ମଧ୍ୟବିତ୍ତୀୟ ପରିବାରରେ କେବେ କୌଣସି ବିବାଦ ନଥିବା ପଡ଼ୋଶୀ କହନ୍ତି । ଏହା ସାମୂହିକ ଆତ୍ମହତ୍ୟା ନା ହତ୍ୟା ତାହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି । କିିଛି ଦିନ ତଳେ ରାଜ୍ୟର ହଜାରୀବାଗ ଜିଲ୍ଲାରେ ଋଣରେ ବୁଡ଼ିଥିବା ଗୋଟିଏ ପରିବାରର ୬ଜଣ ସଦସ୍ୟ ଆତ୍ମହତ୍ୟା କରିଥିବାବେଳେ ଦିଲ୍ଲୀ ବୁରାଡ଼ିରେ ୧୧ଜଣଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଥିଲା ।