ଭୁବନେଶ୍ୱର : ହକି ମ୍ୟାଚ୍ ବେଳେ ବଜ୍ରପାତ ଘଟି ଦୁଇ ଭାଇଙ୍କ ସମେତ ବଜ୍ରାଘାତରେ ରବିବାର ଯାଇଛି ୭ ଜଣଙ୍କ ଜୀବନ। ହକି ମ୍ୟାଚ୍ ବେଳେ ବର୍ଷା ହେବାରୁ ଗଛରେ ଛିଡାହୋଇ ଆଶ୍ରୟ ନେଉଥିବା ବେଳେ ଏପରି ଅଭାବନୀୟ ଘଟଣା ଘଟିଥିଲା।
ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୭ ଜଣଙ୍କ ଜୀବନ ଯାଇଛି। ବଜ୍ରାଘାତରେ ୨ ଜଣ ଗୁରୁତର ମଧ୍ୟ ହୋଇଛନ୍ତି। ସୁନ୍ଦରଗଡ ଜିଲ୍ଲା ତଳସରା ଥାନା ଅଧୀନ ଶଙ୍କରାବାହାଲ ଅଞ୍ଚଳରେ ହକି ମ୍ୟାଚ୍ ବେଳେ ବଜ୍ରପାତ ଘଟି ଦୁଇ ଭାଇଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ବଜ୍ରଘାତରେ ୨ ଜଣ ଗୁରୁତର ମଧ୍ୟ ହୋଇଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ସେହିପରି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ମଧ୍ୟ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଥବା ବେଳେ ସେହି ଜିଲ୍ଲା ଖଇରା କୁପାରୀ ଓ ବାହାନଗା ବିଷ୍ଣୁପୁରରେ ମଧ୍ୟ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲା ବାରିପଦା ସାନକେରକ ଗାଁ ବିଲରେ ଥିବା ସମୟରେ ଜଣେ ଯୁବତୀଙ୍କ ମଧ୍ୟ ବଜ୍ରାଘାତରେ ପ୍ରାଣବାୟୁ ଉଡିଯାଇଛି।