୧୭ ବର୍ଷୀୟ ମହିଳା କ୍ରିକେଟରଙ୍କ ବିଶ୍ଵ ରେକର୍ଡ: ଦିନିକିଆରେ ଦ୍ଵିଶତକ

0
393
cricketer amelia kher
cricketer amelia kher

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡର ୧୭ ବର୍ଷୀୟ ମହିଳା କ୍ରିକେଟର  ଆମେଲିଆ କେର ଦିନିକିଆରେ ଦ୍ଵିଶତକ ଲଗାଇବାର ବିଶ୍ଵ ରେକର୍ଡ କରିଛନ୍ତି। କେବଳ ୧୪୫ଟି ବଲରୁ ଅପରାଜିତ ୨୩୨ ରନର ପାଳି ଖେଳି ସେ  ରେକର୍ଡ କରିଛନ୍ତି।

ନ୍ୟୁଜିଲାଣ୍ଡର ୧୭ ବର୍ଷୀୟ ମହିଳା କ୍ରିକେଟର ଆମେଲିଆ କେର ଆୟରଲାଣ୍ଡ ବିପକ୍ଷରେ ଦ୍ଵିଶତକ ଲଗାଇ ଇତିହାସ ରଚିଛନ୍ତି। ସେ ସବୁଠୁ କମ ବର୍ଷ ବୟସରେ ଦିନିକିଆରେ ଦ୍ଵିଶତକ ଲଗାଇବାର ବିଶ୍ଵ ରେକର୍ଡ କରିଛନ୍ତି। ଏହା ସହିତ ବେଲିଙ୍ଗା କ୍ଲାର୍କଙ୍କ ପରେ ଦ୍ଵିଶତକ ଲଗାଇବାରେ ସେ ହେଉଛନ୍ତି ଦ୍ଵିତୀୟ ମହିଳା କ୍ରିକେଟର। ସେ ୨୩୨ ରନ କରି ଅଷ୍ଟ୍ରେଲିଆର  ବ୍ୟାଟସମ୍ୟାନ ବେଲିଣ୍ଡା କ୍ଲାର୍କ ୨୧ ବର୍ଷ ପୂର୍ବେ କରିଥିବା ଅପରାଜିତ ୨୨୯ ରନର ରେକର୍ଡକୁ(ମହିଳା କ୍ରିକେଟ୍) ମଧ୍ୟ ଭଙ୍ଗ କରିଛନ୍ତି। ୧୯୯୭ ଡିସେମ୍ବର ୧୬ରେ  କ୍ଲାର୍କ ଡେନମାର୍କ ବିପକ୍ଷରେ ୧୫୫ ବଲରୁ  ୨୨୯ ରନର ପାଳି ଖେଳିଥିଲେ। ଏହା ସହିତ ଆମେଲିଆ ସବୁଠୁ କମ  ବୟସରେ ଦ୍ଵିଶତକ କରିବାରେ ଜାଭେଦ ମିଆଁଦାଦଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି।

 

ଓପନର ଆମେଲିଆ ଆୟରଲାଣ୍ଡ ବିପକ୍ଷରେ ଧୂଆଁଧାର ବ୍ୟାଟିଂ କରି କେବଳ ୧୪୫ଟି ବଲରୁ ଅପରାଜିତ ୨୩୨ ରନର ପାଳି ଖେଳିଛନ୍ତି।  ସେ ଏହି ପାଳିରେ ୩୧ଟି ଚୌକା ଓ ୨ଟି ଛକା ଲଗାଇଛନ୍ତି। ଏହି ପାଳିରେ ତାଙ୍କର ଷ୍ଟ୍ରାଇକ ରେଟ୍ ୧୬୦ ରହିଛି।  ଆମେଲିଆ ଓ କାସ୍ପରେକଙ୍କ ୧୧୩ ରନ ପାଳି ବଳରେ ନ୍ୟୁଜିଲାଣ୍ଡ ଆୟରଲାଣ୍ଡ ବିପକ୍ଷରେ ନିର୍ଦ୍ଧାରିତ ୫୦ ଓଭରରେ ୩ ଓ୍ଵିକେଟ୍ ହରାଇ ୪୪୦ ରନ ବିଶାଳ ସ୍କୋର କରିଥିଲା।

ନ୍ୟୁଜିଲାଣ୍ଡ କ୍ରମାଗତ ତୃତୀୟ ମୁକାବିଲାରେ ୪୦୦ ର କରିବାର କାରନାମା ମଧ୍ୟ କରିଛି। ଏହି ଦୁଇ ବ୍ୟାଟସମ୍ୟାନଙ୍କ ବ୍ୟତୀତ ଓପନର ଷ୍ଟେର୍ଥଓ୍ଵେଟ୍ ୪୫ଟି ବଲରୁ ୬୧ ରନର ପାରି ଖେଳିଛନ୍ତି।   ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କ୍ୟାରିୟରର ୨୦ ତମ ଦିନିକିଆ ମ୍ୟାଚ୍ ଖେଳୁଥିବା ଆମେଲିଆ ୪୫ଟି ବଲରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ୭୭ଟି ବଲରୁ ସେ ଶତକ ପୂରଣ କରିଥିଲେ। ଏହି ପରି ୧୦୨ଟି  ବଲରୁ ୧୫୦ ଓ ୧୩୪ଟି ବଲରୁ ୨୦୦ ରନ ପୂରଣ କରିଥିଲେ।