କୋଟାୟମ୍ : କେରଳର ଚର୍ଚ୍ଚରେ ଜଣେ ମହିଳାଙ୍କ ସହ ଯୌନ ଶୋଷଣ । ଅଭିଯୋଗ ଆସିବା ପରେ ଚର୍ଚ ୫ ଜଣ ଫାଦର୍(ପୂଜକ)ଙ୍କୁ ନିଲମ୍ବିତ କରିଛି।
କେରଳର ମାଲାଙ୍କାର ଅର୍ଥୋଡକ୍ସ ଚର୍ଚ ୫ ଜଣ ଫାଦର୍(ପୂଜକ)ଙ୍କୁ ନିଲମ୍ବିତ କରିଛି। ଏହି ୫ ଫାଦରଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ଚର୍ଚ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ସେମାନେ ସେହି ଚର୍ଚରେ ଥିବା ଜଣେ ମହିଳାଙ୍କ ସହ ଭିନ୍ନ ଭିନ୍ନ ସମୟରେ ଯୌନ ଶୋଷଣ କରୁଥିଲେ ବୋଲି ଅଭିଯୋଗ ହୋଇଛି।
ଚର୍ଚର ସଚିବ ବିଜୁ ଓମେନ୍ ଗଣମାଧ୍ୟମକୁ ଜଣାଇଛନ୍ତି ଯେ ‘ପୀଡ଼ିତାଙ୍କ ସ୍ୱାମୀଙ୍କଠାରୁ ଅଭିଯୋଗ ପାଇବା ମାତ୍ରେ ଆମେ ତୁରନ୍ତ ଏପରି ନିଷ୍ପତ୍ତି ନେଇଛୁ। ଏହି ଘଟଣାର ତଦନ୍ତ କରିବା ପାଇଁ ଏକ କମିଟି ନିଯୁକ୍ତ କରାଯାଇଛି। ତଦନ୍ତ ଜାରି ରହିଛି। ଅଧିକ ସୂଚନା ହସ୍ତଗତ ହେବା ପରେ ଚର୍ଚ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।’
ଏ ସଂପର୍କରେ ସଚିବ ମତ ରଖନ୍ତି ଯେ ସୋସିଆଲ୍ ମିଡିଆରେ ଯେତେବେଳେ ଏହି ମାମଲାକୁ ନେଇ ଚର୍ଚ୍ଚା ହେବାରେ ଲାଗିଲା ଅର୍ଥୋଡକ୍ସ ଚର୍ଚ ପ୍ରଥମେ ଆଚମ୍ବିତ ହୋଇଥିଲା। ଏପରି ଘଟୁଛି ବୋଲି ପୀଡ଼ିତା ଥରୁଟିଏ ବି ଅଭିଯୋଗ ଆଣି ନ ଥିଲେ। ଏହାପରେ ଫାଦରଙ୍କୁ ନିଳମ୍ବିତ କରାଯାଇଥିଲା।