ମୋଦି ସରକାରଙ୍କୁ ଶିବସେନାର ଝଟକା

0
427
shivsena not to msupport modi
shivsena not to msupport modi
ନୂଆଦିଲ୍ଲୀ  : ମୋଦି ସରକାରଙ୍କୁ କରିବ ନାହିଁ ଶିବସେନା କରିବ ନାହିଁ । ସ୍ୱେଚ୍ଛାଚାରୀ ଶାସନକୁ ସମର୍ଥନ ନକରି ଜନଗଣଙ୍କ ସହିତ ଯିବାକୁ ଶିବସେନା ଚାହେଁ ବୋଲି ସଙ୍କେତ ଦେଇଛି ।

ଅନାସ୍ଥା ପ୍ରସ୍ତାବର କିଛି ଘଣ୍ଟା ପୂର୍ବରୁ ଶିବସେନା ମୋଦି ସରକାରଙ୍କୁ ଝଟକା ଦେଇଛି । ଶିବସେନା ସରକାରଙ୍କୁ ସମର୍ଥନ କରିବ ନାହିଁ ବୋଲି ସଙ୍କେତ ଦେଇଛି । ଆଜି ଶିବସେନା ତାର ମୁଖପତ୍ର ସାମ୍ନାରେ ଲେଖିଛି ଏହି ସମୟରେ ଦେଶରେ ସ୍ୱେଚ୍ଛାଚାରୀ ଶାସନ ଚାଲିଛି । ସ୍ୱେଚ୍ଛାଚାରୀ ଶାସନକୁ ସମର୍ଥନ ନକରି ଜନଗଣଙ୍କ ସହିତ ଯିବାକୁ ଶିବସେନା ଚାହେଁ ।

୫୪୩ ସଦସ୍ୟ ବିଶିଷ୍ଟ ଲୋକସଭାରେ ଏବେ ୧୧ଟି ଆସନ ଖାଲି ପଡ଼ିଛି । ଲୋକସଭାରେ ବର୍ତ୍ତମାନ ୫୩୨ ସଦସ୍ୟ ଅଛନ୍ତି । ସଂଖ୍ୟା ଗରିଷ୍ଠତା ପାଇଁ ୨୬୭ ଆସନ ଆବଶ୍ୟକ । ବର୍ତ୍ତମାନ ବିଜେପି ନିକଟରେ ୨୭୨ ସଂସଦ ଅଛନ୍ତି । ସରକାରଙ୍କ ପକ୍ଷରେ ୨୯୫ ସଂସଦ ଅଛନ୍ତି । ସରକାରଙ୍କ ବିରୋଧରେ ୧୪୭ ସାଂସଦ ଥିବାବେଳେ ଯଦି ଶିବସେନା ସରକାରଙ୍କୁ ବିରୋଧ କରେ ତେବେ ଏହି ସଂଖ୍ୟା ୧୬୫ ହେବ ।

ବର୍ତ୍ତମାନ ସୁଦ୍ଧା ୯୦ ଜଣ ସାଂସଦ ସରକାରଙ୍କୁ ବିରୋଧ କରିବେ ନା ସମର୍ଥନ କରିବେ ତାକୁ ନେଇ ମୁହଁ ଖୋଲୁନାହାନ୍ତି । ବିଜେଡ଼ି, ଏଆଇଏଡ଼ିଏମକେ ଭଳି ଦଳ ଗୁଡ଼ିକ ଯାହା କହିବେ ସଂସଦରେ କହିବେ ବୋଲି ଜଣାଇ ଦେଇଛନ୍ତି ।