ଜୟପୁର : ଜେଜେଙ୍କ ହାତରୁ ଶିଶୁକୁ ଝାମ୍ପିନେଲା ମାଙ୍କଡ଼। ମାଙ୍କଡ଼ ହାତରୁ ଖସି ପଡ଼ି ଶିଶୁର ମୃତ୍ୟୁ ହୋଇଯାଇଥିଲା। ରାଜସ୍ଥାନର ଧୋଲପୁଲ ଜିଲ୍ଲା ରାଜାଖୋଡାସ୍ଥିତ ବୈଷିକ ସ୍କୁଲ ସାମ୍ନାରେ ଘଟିଛି ଏକ ଅଭାବନୀୟ ଓ ଲୋମ ଟାଙ୍କୁରା ଘଟଣା ।
ମୃତ ଶିଶୁର ପରିବାରବର୍ଗଙ୍କ କହିବାନୁସାରେ, ଶିଶୁର ଜେଜେ ବାପା ନାରାୟଣସିଂହ ଘର ଛାତ ଉପରେ ନାତି ଛୋଟୁକୁ ଧରି ବୁଲୁଥିଲେ। ଏହି ସମୟରେ ହଠାତ୍ ଛାତ ଉପରକୁ ଏକ ମାଙ୍କଡ ଡିଆଁ ମାରି ଜେଜେଙ୍କ ହାତରୁ ଛୋଟୁକୁ ଛଡାଇ ନେଇଥିଲା। ନାରାୟଣ ଛୋଟୁକୁ ନେଇ ଗଲା ନେଇ ଗଲା ବୋଲି ଡାକ ଛାଡ଼ି ଉକ୍ତ ମାଙ୍କଡ଼ ପଛରେ ଧାଇଁବାକୁ ଲାଗିଥିଲେ।
ମାଙ୍କଡ଼ଟି ବିଚଳିତ ହୋଇଯାଇଥିଲା ଓ ହାତରୁ ଶିଶୁକୁ ଖସାଇ ଦେଇଥିଲା। ଫଳରେ ରାସ୍ତାରେ ପଡ଼ି ଛୋଟୁର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ନାରାୟଣ ସିଂହଙ୍କ ପୁଅ ଭୁପେନ୍ଦ୍ରଙ୍କ ବିବାହର ୧୨ବର୍ଷ ପରେ ଏହା ପ୍ରଥମ ସନ୍ତାନ ଥିଲା। ତେବେ ବହୁଦିନ ପରେ ଘରକୁ ଫେରିଥିବା ଖୁସି ପାଣିଫଟକା ପରି ପୁଣି ମେଳାଇ ଯାଇଛି। ଛୋଟୁର ମୃତ୍ୟୁ ଖବର ସମଗ୍ର ଅଞ୍ଚଳରେ ଶୋକର ଛାୟା ଖୋଳାଇ ଦେଇଛି।