୧୫ ଦିନ ମଧ୍ୟରେ ଓଡିଆରେ ନାମଫଳକ ବାଧ୍ୟତାମୂଳକ

0
487
name plate in odia
name plate in odia

ଭୁବନେଶ୍ୱର : ରାଜ୍ୟରେ ସମସ୍ତ କାର୍ଯ୍ୟାଳୟ ତଥା ପ୍ରତିଷ୍ଠାନରେ ଓଡିଆ ଭାଷାରେ ନାମଫଳକ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୧୫ ଦିନ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟର ସମସ୍ତ ସରକାରୀ ବେସରକାରୀ ତଥା ବାଣିଜ୍ୟିକ ପ୍ରତିଷ୍ଠାନ ମାନଙ୍କରେ ଓଡିଆରେ ନାମଫଳକ ଲଗାଇବାକୁ ସରକାର ନିଷ୍ପତି କରିଥିଲେ । ଏହାକୁ କାର୍ଯ୍ୟକାରୀ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ସବୁ ଅନୁଷ୍ଠାନ ଏପର୍ଯ୍ୟନ୍ତ ଓଡିଆରେ ନାମଫଳକ କରିନଥିବା ସରକାରଙ୍କ ନଜରକୁ ଆସିଛି । ଏ ନେଇ ମଙ୍ଗଳବାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଆର ବାଲାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ସଚିବାଳୟଠାରେ ଅନୁଷ୍ଠିତ ହୋଇଥିଲା ।

ଓଡିଆରେ ନାମଫଳକ ଆସନ୍ତା ୧୫ ଦିନ ମଧ୍ୟରେ କରିବାକୁ ବୈଠକରେ ନିଷ୍ପତି ହୋଇଥିଲା । ଏହାକୁ ସୁନିଶ୍ଚିତ କରିବାକୁ ଶ୍ରମ ବିଭାଗକୁ ଶ୍ରୀ ବାଲାକ୍ରିଷ୍ଣନ ନିର୍ଦ୍ଦେଶ ଦେଇଥିଲେ । ଓଡିଆରେ ନାମଫଳକ ନଥିବା ଅନୁଷ୍ଠାନ ବିରୋଧରେ ଲୋକେ ଅଭିଯୋଗ କରିପାରିବେ । ସେଥିପାଇଁ ଅନଲାଇନ ପୋର୍ଟାଲ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଥିବା ଜଣାପଡିଛି ।