ଜୁନ ୧୬ରୁ ଶିମିଳିପାଳ ବନ୍ଦ

0
370
similipal reserve forest
similipal reserve forest
ବାରିପଦା  : ବର୍ଷାଋତୁ ପାଇଁ  ଜୁନ୍ ୧୬ ତାରିଖ ଠାରୁ ପର୍ଯ୍ୟଟକଙ୍କ ପାଇଁ  ଶିମିଳିପାଳର ପ୍ରବେଶ ପଥ ବନ୍ଦ ରହିବ । ନଭେମ୍ବର ପ୍ରଥମ ସପ୍ତାହରେ ଏହା ଖୋଲିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି ।

ମୟୂରଭଞ୍ଜ ଜିଲ୍ଲାରେ ଥିବା ଏହି ବିଖ୍ୟାତ ଜୈବମଣ୍ଡଳରେ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ । ନଭେମ୍ବର ମାସରୁ ଜୁନ୍ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକମାନେ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟନ ପାଇଁ ଯଶିପୁର କାଳିଆଣୀ ଗୁଡ଼ୁଗୁଡ଼ିଆ ଦେଇ ବରେହିପାଣି, ଯୋରନ୍ଦା ଆଦି ସ୍ଥାନ ମାନଙ୍କୁ ଯାଇଥାନ୍ତି । ବାରିପଦା ଲୁଲୁଙ୍ଗ ପିଠାବଟା ଦେଇ ମଧ୍ୟ ପର୍ଯ୍ୟଟକମାନେ ଶିମିଳିପାଳ ଭିତରକୁ ପ୍ରବେଶ କରିଥାନ୍ତି । କିନ୍ତୁ ଆଗାମୀ ଜୁନ୍ ୧୬ ତାରିଖ ପରଠାରୁ ସ୍ଥାନୀୟ ଅଧିବାସୀମାନଙ୍କୁ ବାଦ୍ ଦେଲେ ଆଉ କାହାକୁ ଅଭୟାରଣ୍ୟ ଭିତରକୁ ଯିବାକୁ ଛଡ଼ାଯିବ ନାହିଁ । ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ସଡ଼କ, ସେତୁ ଓ ଆଶ୍ରୟସ୍ଥଳୀ ଗୁଡ଼ିକର ବାର୍ଷିକ ମରାମତି ଓ ଦେଖାରଖା ଏହି ସମୟରେ କରାଯାଇଥାଏ ।