୪ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ, ନିବେଶ ହେବ ୩୪୯ କୋଟି

0
296
single window meeting
single window meeting

ଭୁବନେଶ୍ୱର  :  ରାଜ୍ୟରେ ୩୪୯ କୋଟି ଟଙ୍କା ନିବେଶରେ ହେବାକୁ ଥିବା ୪ଟି ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ ମିଳିଛି । ଏହିସବୁ ପ୍ରକଳ୍ପରେ ୬୦୧୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ରାଜ୍ୟ ସରକାର ଶିଳ୍ପକୁ ଗୁରୁତ୍ୱ ଦେଉଥିବା ବେଳେ ଉଦ୍ୟୋଗୀଙ୍କୁ ଝାମେଲାମୁକ୍ତ କରିବା ପାଇଁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା କରିଛନ୍ତି । ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ ୱିଣ୍ଡୋ କମିଟି ବୈଠକରେ ୬ଟି ପ୍ରକଳ୍ପ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ସେଥିରୁ ୪ଟିକୁ ଅନୁମୋଦନ ଦିଆଯାଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ ଯେଉଁ ୪ଟିକୁ ମଞ୍ଜୁରୀ ମିଳିଲା ସେଗୁଡିକ ହେଲା ପୋଷାକ କାରଖାନା, ଓøଷଧ, ଆଲୁମିନିୟମ କେବଲ ଓ କଣ୍ଡକ୍ଟର କାରଖାନା । କେରଳର ଏକ କମ୍ପାନୀ ବ୍ରହ୍ମପୁରର ଟାଟା ଏସଇଜେଡ ଠାରେ ପୋଷାକ କାରଖାନା କରିବ । ୨୦ ଏକର ପରିମିତ ଜାଗାରେ ନିର୍ମିତ ହେବାକୁ ଥିବା ଏହି କାରଖାନରେ ୧୭୭ କୋଟି ଟଙ୍କା ବ୍ୟୟ ହେବ । ସେଥିରେ ୫ ହଜାର ନିଯୁକ୍ତି ସୃଷ୍ଟି ହେବ । ଯେଉଁଥିରେ ଅଧିକାଂଶ ମହିଳାଙ୍କୁ ନିଯୁକ୍ତି ମିଳିବ ବୋଲି କୁହାଯାଇଛି ।

କଟକର ରାମଦାସପୁରଠାରେ କୋଲକତାର ଏକ କମ୍ପାନୀ ଓøଷଧ କାରଖାନା କରିବ । ସେଥିରେ ୬୫ କୋଟି ଟଙ୍କା ନିବେଶ ହେବ ଓ ୩୬୫ ଜଣ ନିଯୁକ୍ତି ପାଇବେ ।ରାଜସ୍ଥାନର ଗୋଟିଏ କମ୍ପାନୀ ଅନୁଗୂଳ ଆଲମିନିୟମ ପାର୍କ ଠାରେ କେବୁଲ କାରଖାନା କରିବ । ଯେଉଁଥିରେ ୫୦.୩୦ କୋଟି ଟଙ୍କା ନିବେଶ ହେବାକୁ ଥିବା ବେଳେ ସେଥିରେ ୧୩୦ ଜଣ ନିଯୁକ୍ତି ପାଇବେ । ସେହିପରି ଅନୁଗୂଳ ଆଲମିନିୟମ ପାର୍କ ଠାରେ ମୁମ୍ବାଇର ଏକ କମ୍ପାନୀ କଣ୍ଡକ୍ଟର କାରଖାନା କରିବ । ସେଥିରେ ୫୬.୩୦ କୋଟି ଟଙ୍କା ନିବେଶ କରାଯିବ । ସେହି କାରଖାନାରେ ୨ଶହ ନିଯୁକ୍ତି ପାଇବେ ବୋଲି ଜଣାପଡିଛି ।

ସୂଚନା ଯୋଗ୍ୟ ଯେ ରାଜ୍ୟରେ ମେକ୍ ଇନ୍ ଓଡିଶାରେ ୧୨୪ଟି କମ୍ପାନୀ କାରଖାନା କରିବାକୁ ଇଛା ପ୍ରକାଶ କରିଥିଲେ । ସେଥିରୁ ୭୬ଟି ପ୍ରକଳ୍ପ ପ୍ରସ୍ତାବ ଆଗେଇଥିବା ବେଳେ ୬୧ଟି ସିଙ୍ଗଲ ୱିଣ୍ଡୋରେ ମଞ୍ଜୁରୀ ପାଇଛି । ଏହି ବୈଠକରେ ଉନ୍ନୟନ କମିଶନରଙ୍କ ସମେତ ସଂପୃକ୍ତ ବିଭାଗର ସଚିବ ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ ।