ପ୍ଲାଷ୍ଟିକ ବ୍ୟାଗରେ ନବଜାତ ଶିଶୁଙ୍କ କଙ୍କାଳ

0
367
skeletons of new born baby found
skeletons of new born baby found
କୋଲକାତା : ପ୍ଲାଷ୍ଟିକ ବ୍ୟାଗରୁ ମିଳିଛି  ୧୪  ନବଜାତ ଶିଶୁଙ୍କ କଙ୍କାଳ । ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ହରିଦେବୁର ଅଞ୍ଚଳରୁ ହୃଦୟକୁ ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି।  ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରି ଦେଇଛି।

ମିଳିଥିବା ସୂଚନା ମୁତାବକ ହରିଦେବପୁରରେ ଏକ ଖାଲି ପ୍ଲଟରେ ରବିବାର ସଫେଇ କାର୍ୟ୍ୟ ଚାଲିଥିଲା। ସେହି ସମୟରେ ସଫେଇ କର୍ମଚାରୀଙ୍କୁ ୧୪ ନବଜାତ ଶିଶୁଙ୍କ କଙ୍କାଳ ମିଳିଥିଲା। ତୁରନ୍ତ କର୍ମଚାରୀମାନେ ଅଧିକାରୀଙ୍କୁ ଏହାର ସୂଚନା ଦେଇଥିଲେ।

ଖବର ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରି ଦେଇଛନ୍ତି। ବର୍ତ୍ତମାନ ଘଟଣା ବିଷୟରେ ଅଧିକ ସୂଚନା ମିଳିନାହିଁ ମାତ୍ର ପୋଲିସ ଏହା ଜାଣିବାକୁ ପ୍ରୟାସ କରୁଛି ଯେ ଏହା କୌଣସି ଗୋଷ୍ଠୀର କାମ ନୁହେଁ ତ।

ଏହି ନବଜାତ ଶିଶୁଙ୍କ କଙ୍କାଳ ପ୍ଲାଷ୍ଟିକ ବ୍ୟାଗରୁ ମିଳିଛି। ଘଟଣାସ୍ଥଳରେ ବଡ଼ ସଂଖ୍ୟାରେ ପୋଲିସ ବଳ ମୁତୟନ କରାଯାଇଛି। ଏକା ସଙ୍ଗେ ଏତେ ଗୁଡାଏ କଙ୍କାଳ ମିଳିବା ପରେ ସ୍ଥାନୀୟ ଇଲାକାର ଲୋକ ସ୍ତବ୍ଧ ହୋଇଛନ୍ତି। ଘଟଣା ବିଷୟରେ ବେହଲାର ଡିସି ନିଲଞ୍ଜନ ବିଶ୍ଵାସ କହିଛନ୍ତି ଯେ କଙ୍କାଳର ପୋଷ୍ଟମର୍ଟମ ପରେ କିଛି ତଥ୍ୟ ମିଳି ପାରିବ।

ସେ କହିଛନ୍ତି ଯେ ଉକ୍ତ ଇଲାକାର ସିସିଟିଭି କ୍ୟାମେରା ମଧ୍ୟ ଯାଞ୍ଚ କରାଯାଉଛି। ସୋମବାର ସକାଳେ ଉକ୍ତ ଜାଗାରେ ପୂରା ତଲାସି ନିଆଯିବ ବୋଲି ସେ କହିଛନ୍ତି। ଏହା ସହିତ ଆଖପାଖ ଅଞ୍ଚଳର ହସ୍ପିଟାଲ ଓ ନର୍ସିଂହୋମକୁ ମଧ୍ୟ ପଚରାଉଚୁରା କରାଯାଉଛି। ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ଚଳିତ ବର୍ଷ ଜାନୁଆରୀରେ କର୍ଣ୍ଣାଟକର ବିଜୟନଗରରେ  ଏମିତି ଘଟଣା ସାମ୍ନାକୁ ଆସିଥିଲା। ସେଠାରେ ୧୩ଟି ଖପୁରୀ ମିଳିଥିଲା।