ଭବିଷ୍ୟତ ଦକ୍ଷତାକୁ ଆଗକୁ ବଢ଼ାଇବ ସ୍କିଲ ମ୍ୟୁଜିୟମ : ମୁଖ୍ୟମନ୍ତ୍ରୀ

0
460
cm inagurared skill museum
cm inagurared skill museum
କଟକ  :  ପ୍ରାଚୀନ ଦକ୍ଷତା ଆଧୁନିକ ଦକ୍ଷତା ସହ ଯୋଡ଼ିବା ସହିତ ଭବିଷ୍ୟତ ଦକ୍ଷତାକୁ ମଧ୍ୟ ଆଗକୁ ବଢ଼ାଇବ ବୋଲି  ସ୍କିଲ ମ୍ୟୁଜିୟମକୁ ଉଦଘାଟନ କରିବା  ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟ ଯୁବ ପ୍ରତିଭାମାନଙ୍କ ମଧ୍ୟରେ ଦକ୍ଷତା ବିକାଶ କରିବାକୁ ରାଜ୍ୟ ସରକାର ଆଉ ଏକ ପାଦେ ଆଗେଇଛନ୍ତି । ଆଜି କଟକ ଖପୁରିଆସ୍ଥିତ ସରକାରୀ ଆଇଟିଆଇ କେନ୍ଦ୍ର ପରିସରରେ ନିର୍ମିତ ହୋଇଥିବା ସ୍କିଲ ମ୍ୟୁଜିୟମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ମ୍ୟୁଜିୟମ ପ୍ରାଚୀନ ଦକ୍ଷତା ଆଧୁନିକ ଦକ୍ଷତା ସହ ଯୋଡ଼ିବା ସହିତ ଭବିଷ୍ୟତ ଦକ୍ଷତାକୁ ମଧ୍ୟ ଆଗକୁ ବଢ଼ାଇବ ବୋଲି ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହା ରାଜ୍ୟ ଓ ଦେଶର ପ୍ରଥମ ସ୍କିଲ ମ୍ୟୁଜିୟମ ବୋଲି କୁହାଯାଉଛି । ଆଇ.ଟି.ଆଇ ଛାତ୍ରଛାତ୍ରୀଙ୍କ ପାଇଁ ଏହା ପ୍ରେରଣା ଦାୟକ ହେବା ସହ ଡିଜାଇନ ତଥା ବୈଷୟିକ ଦକ୍ଷତା ପ୍ରଦର୍ଶନ କରିବାରେ ଅଦ୍ୱିତୀୟ ସ୍ଥାନ ଗ୍ରହଣ କରିବାର ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହା ସହିତ କଟକ ଆଚାର୍ୟ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରରେ ମାମୋଗ୍ରାଫି ମେସିନ୍‌ର ଶୁଭାରମ୍ଭ କରିଛନ୍ତି । ଏହି ମେସିନ୍‌ ସ୍ତନ କର୍କଟ ଚିକିତ୍ସା କ୍ଷେତ୍ରରେ ବେଶ ସହାୟକ ହେବ । ଏହାକୁ ସୁସ୍ମିତା ବାଗଚୀ ପ୍ରଦାନ କରିଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ସୁସ୍ମିତା ବାଗଚୀ ଓ ସୁବ୍ରତ ବାଗଚୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।