ଇଣ୍ଟରଗ୍ଲୋବାଲ ଏଭିଏସନର ଏୟାରଲାଇନ୍ସ ଇଣ୍ଡିଗୋର ଦୁଇଟି ବିମାନ ଆକାଶରେ ଧକ୍କା ହେବାରୁ ଅଳ୍ପକେରୁ ବର୍ତ୍ତିଯାଇଛନ୍ତି। ଦୁଇ ବିମାନ ମଧ୍ୟରେ ଦୂରତା ଏତେ କମ୍ ଥିଲା ଯେ ଯଦି ଧକ୍କା ହୋଇଥାନ୍ତା ତେବେ ବିମାନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ପ୍ରାଣହାନୀ ଘଟିଥାନ୍ତା। କୁହାଯାଉଛି ଯେ ଏହି ଘଟଣା ଜୁଲାଇ ୧୦ର।
କୁହାଯାଉଛି ଯେ ବେଙ୍ଗାଲୁରୁ ଏୟାରବେସ ଉପରେ ଉଡ଼ାଣ ଭରୁଥିବା ଇଣ୍ଡିଗୋର କୋଏମ୍ବାଟୁରରୁ ହାଇଦ୍ରାବାଦ ଯାତ୍ରା କରୁଥିବା ବିମାନ ୬ଇ ୭୭୯ ଓ ବେଙ୍ଗାଲୁରୁରୁ କୋଚି ଯାତ୍ରା କରୁଥିବା ବିମାନ ୬ଇ ୬୫୦୫ ପରସ୍ପର ମଧ୍ୟରେ ଧକ୍କା ହେବାରୁ ଅଳ୍ପକେରୁ ବର୍ତ୍ତି ଯାଇଛି। ଏୟାରଲାଇନ୍ସର ବିମାନ ପରସ୍ପର ଅତି ନିକଟକୁ ଚାଲି ଯାଇଥିଲେ। କିଛି ସେକେଣ୍ଡର ଦୂରତାରେ ଉଭୟ ବିମାନ ଥିଲେ। ଇଣ୍ଡିଗୋର କହିବା କଥା ମାମଲାର ସୂଚନା ରେଗୁଲେଟରକୁ ଦିଆଯାଇଛି।
ଇଣ୍ଡିଗୋ ମୁତାବକ ହାଇଦ୍ରାବାଦର ବିମାନରେ ପ୍ରାୟ ୧୬୨ ଯାତ୍ରୀ ଥିଲେ। ଅନ୍ୟ ପଟେ କୋଚି ଯାଉଥିବା ବିମାନରେ ପ୍ରାୟ ୧୬୬ ଯାତ୍ରୀ ଥିଲେ। ଉଭୟ ବିମାନ ମଧ୍ୟରେ ଦୂରତା ମାତ୍ର ୨୦୦ ଫୁଟ୍ ଥିଲା। ବିମାନ ଧକ୍କା ହେବା ପୂର୍ବରୁ ଟ୍ରାଫିକ କଲେଜିୟମ ଏଭଏଡେନ୍ସ ସିଷ୍ଟମର ଆଲର୍ମ ବାଜି ଉଠିଥିଲା ଏବଂ ବିମାନ ଧକ୍କା ହେବାରୁ ଅଳ୍ପକେରୁ ବର୍ତ୍ତିଥିଲା। ରିପୋର୍ଟ ମୁତାବକ ଏୟାରକ୍ରାଫ୍ଟ ଏକ୍ସିଡେଣ୍ଟ ଇନଭେଷ୍ଟିଗେସନ ବୋର୍ଡ(ଏଏଆଇବି) ମାମଲାର ତଦନ୍ତ ଆରମ୍ଭ କରିଛି।