ସ୍ନେକ ୱାଇନ କରିବାକୁ ଯାଇ ଗଲା ଜୀବନ : ଜାଣନ୍ତୁ କ’ଣ ଏଇ ସ୍ନେକ ୱାଇନ..

0
363
wine from snake
wine from snake

ଭୁବନେଶ୍ୱର : ସାପରୁ ତିଆରି ହେଉଛି ମଦ । ଯାହାକୁ ସ୍ନେକ ୱାଇନ କୁହାଯାଏ । ଏଭଳି ସ୍ନେକ ୱାଇନ କରିବାକୁ ଯାଇ ଜଣେ ମହିଳାଙ୍କ ଜୀବନ ଯାଇଛି ।
ସାପରୁ ତିଆରି ହେଉଛି ମଦ । ଏ କଥା ଶୁଣିଲେ ଦେହ ଶୀତେଇ ଯାଉଛି । ମାତ୍ର ଏହା ସତ । ଏଭଳି କାର୍ଯ୍ୟ ଚୀନରେ ହେଉଛି । ଚୀନରେ ସାପକୁ ଉପଯୋଗ କରି ମଦ ତିଆରି କରାଯାଉଛି । ଯାହାର ଓøଷଧୀୟ ଗୁଣ ଥିବା କୁହାଯାଉଛି । ସେହି ମଦ ପାନ କରିବା ଦ୍ୱାରା ଅନେକ ରୋଗ ଭଲ ହୋଇଥାଏ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ବିଭିନ୍ନ ବିଦେଶୀ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ଚୀନର ଜଣେ ମହିଳା ସ୍ନେକ ୱାଇନ ତିଆରି କରିବା ପାଇଁ ସାପ ମଗାଇ ଥିଲେ । କୋରିଅର ଜରିଆରେ ସାପ ଥିବା ଏକ ପ୍ୟାକେଟ ଆସି ପହଂଚିଥିଲା । ସେ ଖୋଲିବା ମାତ୍ରେ ବିଷଧର ସାପଟି ତାଙ୍କୁ ଦଂଶନ କରିଥିଲା । ସେଥିରେ ତାଙ୍କର ମୃତ୍ୟୁ ଘଟିଥିଲା ।
କେମିତି ହୁଏ ସ୍ନେକ ୱାଇନ..
ସୂଚନା ଅନୁଯାୟୀ ମଦ ରନ୍ଧାଯିବା ସମୟରେ ଜିଅନ୍ତା ସାପକୁ ସେଥିରେ ପକାଇ ଦିଆଯାଏ । ଅଧିକ ସମୟ ଧରି ରାନ୍ଧିବା ପରେ ସାପର ବିଷ ମଦରେ ମିଶି ଯାଇଥାଏ ବୋଲି କୁହାଯାଉଛି ।