ରଥାରୂଢ ହେଲେ, ବାହୁଡିବେ ତିନିଠାକୁର

0
389
chariot
chariot
ପୁରୀ :  ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ତିନିଠାକୁର । ପହଣ୍ଡି ବିଜେ ନୀତି ଶେଷ ହୋଇଥିବା ବେଳେ ରଥାରୂଢ ହୋଇଛନ୍ତି ତିନିଠାକୁର । ଅପରପକ୍ଷରେ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

 ନବଦିନାତ୍ମକ ମହାମାନବୀୟ ଲୀଳାଖେଳା ଶେଷ କରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ତିନିଠାକୁର। ତେବେ ଏହି ‘ଦକ୍ଷିଣାଭିମୁଖୀ  ଯାତ୍ରା’ ବା ‘ବାହୁଡା ଯାତ୍ରା’ର ପ୍ରଥମ ପାହାଚ ପହଣ୍ଡି ବିଜେ ନୀତି ଶେଷ ହୋଇଥିବା ବେଳେ ରଥାରୂଢ ହୋଇଛନ୍ତି ତିନିଠାକୁର ।  ମଙ୍ଗଳାର୍ପଣ ପରେ ପ୍ରଥମେ ସୁଦର୍ଶନଙ୍କର ଧାଡି ପହଣ୍ଡି କରାଯାଇଥିବା ବେଳେ ବଡଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଧାଡି ପହଣ୍ଡିରେ ଅଣାଯାଇଥିଲା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସେବାୟତ ଓ ଘଣ୍ଟୁଆଙ୍କ ଗହଣରେ ଧାଡି ପହଣ୍ଡିରେ ଆସି ରଥାରୂଢ ହୋଇଛନ୍ତି । ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ମା’ ଲକ୍ଷ୍ମୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଶ୍ରୀମନ୍ଦିର ଫେରିବାକୁ ରଥ ଉପରେ ପ୍ରସ୍ତୁତ ହୋଇ ରହିଛନ୍ତି ତିନିଠାକୁର ।

ଶ୍ରୀଜୀଉଙ୍କର ଏହି ପର୍ବରେ ବର୍ଷା ବାଧକ ସାଜି ପାରିନାହିଁ । ପ୍ରବଳ ବର୍ଷା ସାଂଗକୁ ବଡଦାଣ୍ଡ ପାଣିରେ ଉଛୁଳୁ ଥିବାବେଳେ ମହାପ୍ରଭୁଙ୍କର ସମସ୍ତ ନୀତି କାନ୍ତି ଠିକ୍ ସମୟରେ ହୋଇ ପାରିଛି । ସାରା ଜଗତକୁ ଧରି ରଖିଥିବା କାଳିଆ ଠାକୁର ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ଆଜି ସ୍ୱସ୍ଥାନକୁ ବାହୁଡିବା ପାଇଁ ରଥ ଉପରେ ବିରାଜମାନ କରିଛନ୍ତି । ଏହାପରେ ଗଜପତି ମହାରାଜା ଛେରା ପହଁରା କରିବେ । ଏହା ପରେ ଚାରମାଲ ଫିଟା ଓ ଘୋଡ଼ା ଲାଗି ହୋଇସାରିବା ପରେ ଅପରାହ୍ନ ୪ଟା ବେଳକୁ ରଥ ଟଣା ଆରମ୍ଭ ହେବାର ନୀତି ନିର୍ଘଣ୍ଟ ହୋଇଛି। ଅପରପକ୍ଷରେ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।