ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା: ଜୁଲାଇ ୨୫ ପର୍ଯ୍ୟନ୍ତ ସତ୍ୟପାଠ ଆହ୍ୱାନ

0
239
srimandir ratna vandar
srimandir ratna vandar
କଟକ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଜଷ୍ଟିସ ରଘୁବୀର ଦାସ ଆଜି ବିଧିବଦ୍ଧ ଭାବେ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି। ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ଠାରୁ ସତ୍ୟପାଠ ଆହ୍ୱାନ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଆଜି ଠାରୁ କଟକ ସର୍କିଟ୍ ହାଉସରେ କମିଶନଙ୍କ କାର୍ଯ୍ୟାଳୟରେ ବିଚାର ବିଭାଗୀୟ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତଦନ୍ତ କମିସନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସ ଆଜି ବିଧିବଦ୍ଧ ଭାବେ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି। କମିଶନଙ୍କ ପକ୍ଷରୁ ଆସନ୍ତା ମାସ ଅର୍ଥାତ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ଠାରୁ ସତ୍ୟପାଠ ଆହ୍ୱାନ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସତ୍ୟପାଠ ପରେ ପୁରୀ ସର୍କିଟ ହାଉସରେ ଜୁଲାଇ ୩୦ ତାରିଖରେ କମିଶନଙ୍କ ପ୍ରଥମ ବୈଠକ ବସିବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ତଦନ୍ତ କମିସନ ଗଠନ ନେଇ ରାଜ୍ୟ ସରକାର ଗତ ୧୪ ତାରିଖରେ ବିଧିବଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ତଦନ୍ତ କମିସନ ଗଠନ ସହ ଟର୍ମସ ଅଫ୍ ରେଫରେନ୍ସ ମଧ୍ୟ ପ୍ରକାଶ କରିଥିଲେ ସରକାର। ଜଷ୍ଟିସ ରଘୁବୀର ଦାସଙ୍କୁ କମିସନର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲା ବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି କେଉଁ କାରଣ ଓ କେଉଁ ପରିସ୍ଥିତିରେ ମିଳୁନଥିଲା ସେ ନେଇ କମିସନ ତଦନ୍ତ କରିବ। ଚାବି ନମିଳିବା ନେଇ କେଉଁ ବ୍ୟକ୍ତି ବା ଗୋଷ୍ଠୀ ଦାୟୀ ସେ ନେଇ ତଦନ୍ତ ହେବ । ଘଟଣାର ପୁନରାବୃତ୍ତି ଯେମିତି ନହେବ ସେ ବ୍ୟବସ୍ଥା ବି କମିସନ କରିବେ । ୩ ମାସ ମଧ୍ୟରେ ତଦନ୍ତ କରି ସରକାରଙ୍କୁ କମିସନ ରିପୋର୍ଟ ପ୍ରଦାନ କରିବ।