ଶ୍ରୀମନ୍ଦିର ସଂସ୍କାର : ୨୦ରେ ଓଡିଶା ଆସିବେ ଆମିକସ କ୍ୟୁରି

0
436
amicus curie to visit srimandir on 20th
amicus curie to visit srimandir on 20th
ଭୁବନେଶ୍ୱର : ଆସନ୍ତା ୨୦ ତାରିଖରେ ଓଡିଶା ଆସୁଛନ୍ତି ଆମିକସ କ୍ୟୁରି।  ଶ୍ରୀମନ୍ଦିର ସଂସ୍କାର ନେଇ  ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ପୁରୀରେ ପହଞ୍ଚିବା ପରେ ସେପ୍ଟେମ୍ବର ୨୧  ଓ ୨୨ ତାରିଖରେ ନିଶ୍ଚଳାନନ୍ଦ ସରସ୍ୱତୀ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ଆଲୋଚନା କରିବେ।
ଶ୍ରୀମନ୍ଦିର ପ୍ରଶାସନ ଓ ଛତିଶା ନିଯୋଗ ସହ ମଧ୍ୟ ସେ ଆଲୋଚନା କରିବେ। ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ମୋଟ ୧୨ଟି ପ୍ରସ୍ତାବରେ ଆଲୋଚନା ହେବ । ଆଲୋଚନା କାଳରେ ଦାନ ଦକ୍ଷିଣା ଓ ସେବାୟତଙ୍କ ବଂଶାନୁକ୍ରମିକ ସେବା ମୁଖ୍ୟ ପ୍ରସଙ୍ଗ ହେବ। ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।