୧୨ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍‌ର ମୋହର

0
344
naveen patnaik
naveen patnaik
ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବରେ ଲାଗିଛି ମୋହର ।  ଶିକ୍ଷକମାନଙ୍କ ପକ୍ଷରୁ ବ୍ଲକ ଗ୍ରାଂଟ ଉଠାଇବା ଦାବି ଉପରେ ମଞ୍ଜୁରୀ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଗ୍ରାଂଟ୍ ଇନ୍ ଏଡରେ ୨୦୧୮ ଜାନୁଆରୀରୁ ବର୍ଧିତ ଦରମା ଲାଗୁ କରାଯିବ ବୋଲି ସରକାର କହିଛନ୍ତି ।

ଆଜି ବସିଥିବା ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବରେ ଲାଗିଛି ମୋହର । ଏନଏସି ମୁନିସିପାଲଟିରେ ଥିବା ଷ୍ଟାଣ୍ଡ ପୋଷ୍ଟଗୁଡିକୁ ଟିକେଟ ମୁକ୍ତ କରିବା ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହା ସହ କେନ୍ଦ୍ରାପଡା, ଅନୁଗୁଳ, ଝାରସୁଗୁଡା ଆଦି ଜିଲ୍ଲାରେ ପାନୀୟ ଜଳ ପାଇଁ ୪୩୨ କୋଟି ଖର୍ଚ୍ଚ ହେବ ବୋଲି କ୍ୟାବିନେଟରେ ନିଷ୍ପତି ହୋଇଛି । ରାଜ୍ୟରେ  ବନ୍ୟା ନିୟନ୍ତ୍ରଣ ପାଇଁ ହୀରାକୁଦରେ ୩୬୯ କୋଟି ବ୍ୟୟରେ ସ୍ପିଲୱେ ନିର୍ମାଣ ହେବ ବୋଲି କ୍ୟାବିନେଟରେ ଜଣାପଡିଛି ।

ଦୀର୍ଘ ଦିନ ଧରି ଶିକ୍ଷକମାନଙ୍କ ପକ୍ଷରୁ ବ୍ଲକ ଗ୍ରାଂଟ ଉଠାଇବା ଦାବି ଉପରେ ମଞ୍ଜୁରୀ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଏବା ସହ ଗ୍ରାଂଟ୍ ଇନ୍ ଏଡରେ ୨୦୧୮ ଜାନୁଆରୀରୁ ବର୍ଧିତ ଦରମା ଲାଗୁ କରାଯିବ ବୋଲି ସରକାର କହିଛନ୍ତି । ଏହି ପ୍ରକ୍ରିୟାରେ ରାଜ୍ୟରେ ଥିବା ୧୪୯୯ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ୧୫,୭୩୮ କର୍ମଚାରୀ ଉପକୃତ ହେବେ ବୋଲି ଜଣାପଡିଛି ।  ସୂଚନାଯୋଗ୍ୟ କି, ଆଜି ଅପରାହ୍ନରେ ସଚିବାଳୟରେ ଅନୁଷ୍ଠିତ ହୋଇଥିବା ଏହି କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ।