ରାସାୟନିକ ଦୁର୍ଘଟଣା ମୁକାବିଲା ପାଇଁ ଗଠନ ହେବ ଷ୍ଟେଟ୍ କ୍ରାଇସେସ ଗ୍ରୁପ

0
378
chief secretary
chief secretary

ଭୁବନେଶ୍ୱର : ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଥିବା ବେଳେ ରାସାୟନିକ ଦୁର୍ଘଟଣାର ମୁକାବିଲା ପାଇଁ ଷ୍ଟେଟ୍ କ୍ରାଇସେସ ଗ୍ରୁପ ଗଠନ କରିବାକୁ ନିଷ୍ପତି ନେଇଛନ୍ତି । ତା’ଛଡା ବଜ୍ରଘାତରୁ ସୁରକ୍ଷା ପାଇଁ ରାସାୟନିକ ଦୁର୍ଘଟଣାନିର୍ଦ୍ଦେଶ ଦିଆଯାଇଛି ।
ରାସାୟନିକ ଦୁର୍ଘଟଣା ଓ ଶିଳ୍ପାନୁଷ୍ଠାନରେ ଘଟୁଥିବା ଦୁର୍ଘଟଣାର ମୁକାବିଲା ଉପରେ ସରକାର ଗୁରୁତ୍ୱାରୋପ କରିଛନ୍ତି । ଏସବୁ ବିପର୍ଯ୍ୟୟ ମୁକାବିଲା ପାଇଁ ଓଡିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା(ଓସ୍ଡମା)ରେ ଷ୍ଟେଟ୍ କ୍ରାଇସେସ ଗ୍ରୁପ ଗଠନ କରିବାକୁ ନିଷ୍ପତି ହୋଇଛି । ସଚିବାଳୟ ଠାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ କାର୍ଯ୍ୟ ନିର୍ବାହୀ ପରିଷଦ ବୈଠକରେ ଏହି ନିଷ୍ପତି ହୋଇଛି । ଓସ୍ଡମାରେ ଆପତ କାଳୀନ ସହାୟତା କେନ୍ଦ୍ର ରାସାୟନିକ ଦୁର୍ଘଟଣାର ପରିଚାଳନା କରିବା ।

ଫ୍ୟାକ୍ଟ୍ରି ଓ ବଏଲର ନିର୍ଦ୍ଦେଶାଳୟ ଓ ଓସ୍ଡମା ମିଳିତ ଭାବେ ଏହି କାର୍ଯ୍ୟ କରିବେ । ସେଥିପାଇଁ ଆବଶ୍ୟକ ତାଲିମ୍ ଓ ଦକ୍ଷତା ବୃଦ୍ଧି ପାଇଁ ପଦକ୍ଷେପ ନେବାକୁ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି । ରାସାୟନିକ ଦୁର୍ଘଟଣା ସଂପର୍କିତ ଡାଟା ବ୍ୟାଙ୍କ ପ୍ରସ୍ତୁତ କରିବାକୁ କୁହାଯାଇଛି । ରାଜ୍ୟରେ ମରୁଡି ପରିଚାଳନା ସେଲର ଦକ୍ଷତା ବୃଦ୍ଧି କରାଯିବ । ଏଥିପାଇଁ ୧୯୨ କୋଟି ଟଙ୍କାର ବ୍ୟୟ ଅଟକଳକୁ ମଞ୍ଜୁରୀ ମିଳିଛି । ୬ ଟି ଜିଲ୍ଲାର ୨୨ବ୍ଲକରେ ପ୍ରାକ୍ ବିପର୍ଯ୍ୟୟ ସୂଚନା ପ୍ରସାରଣ(ଇଡବ୍ଲ୍ୟୁହିଏସ) କାର୍ଯ୍ୟ ଚାଲିଥିବା ବେଳେ ଚଳିତ ମାସ ଶେଷ ସୁଦ୍ଧା ଏହକାୁ ପୂର୍ଣ୍ଣାଙ୍ଗ ଓ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବଜ୍ରଘାତରେ ଜନହନୀକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଯାଇଛି ।

ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ବହୁମୁଖୀ ଆଶ୍ରୟ ସ୍ଥଳରେ ବଜ୍ରଘାତ ନିରୋଧକ ଲଗାଇବାକୁ ଯୋଜନା ହେଉଛି । ସୂଚନାଯୋଗ୍ୟ ଯେ ରାଜ୍ୟରେ ୮୧୪ଟି ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳ ରହିଛି । ସ୍ୱତନ୍ତ୍ର ରିଲିଫ କମିଶନର ତଥା ଓସ୍ଡମାର ଏମ୍ଡି ବିଷ୍ଣୁପଦ ସେଠୀ ବିପର୍ଯ୍ୟୟ ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଅବଗତ କରାଇଥିଲେ । ଏହି ବୈଠକରେ ଗୃହ ସଚିବ ଅସିତ ତ୍ରପାଠୀ, ପୋଲିସ ମହାନିର୍ଦ୍ଦେଶକ ଅର ପି ଶର୍ମାଙ୍କ ସମେତ ବିଭିନ୍ନ ବିଭାଗର ସଂପୃକ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ ।