ଦୂତୀ ଚାନ୍ଦଙ୍କୁ ଦେଢ଼ କୋଟି ଟଙ୍କା ପୁରସ୍କାର ଦେବେ ରାଜ୍ୟ ସରକାର

0
422
dutee to get 1.5 crore, announced naveen
dutee to get 1.5 crore, announced naveen

ଭୁବନେଶ୍ୱର  :   ଦୂତୀ ଚାନ୍ଦଙ୍କ ପାଇଁ ରାଜ୍ୟ ସରକାର ଦେଢ଼ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଘୋଷଣା କରିଛନ୍ତି।

ଚଳିତ ଏସିଆନ୍ ଗେମ୍ସରେ ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଥିବା ଦୂତୀ ଚାନ୍ଦଙ୍କ ପାଇଁ ରାଜ୍ୟ ସରକାର ପୁରସ୍କାର ଘୋଷଣା କରିଛନ୍ତି। ତାଙ୍କୁ ପୁରସ୍କାର ବାବଦକୁ ଦେଢ଼ କୋଟି ଟଙ୍କା ଦିଆଯିବ। ୨୦ ବର୍ଷ ପରେ ୧୦୦ ମିଟର ଦୌଡ଼ରେ ଦେଶ ପାଇଁ ଏହି ଗୌରବ ଆଣିଛନ୍ତି ଦୂତୀ। ତା’ପୂର୍ବରୁ ୧୯୯୮ ଏସିଆନ୍ ଗେମ୍‌ସରେ ଓଡ଼ିଆ ଆଥ୍‌ଲେଟ୍ ରଚିତା ପଣ୍ଡା ମିସ୍ତ୍ରୀ ଏହି ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ।