ତୈଳ ଦର ବୃଦ୍ଧି : ବିଜେଡ଼ିର ରାଜ୍ୟବ୍ୟାପୀ ବିକ୍ଷୋଭ

0
452
bjd strike against fuel hike
bjd strike against fuel hike
ଭୁବନେଶ୍ୱର : ତୈଳ ଦର ବୃଦ୍ଧି ପ୍ରତିବାଦରେ  ବିଜେଡିର  ଧାରଣା ଓ ପ୍ରତିବାଦ। ଆଜିଠାରୁ ତିନି ଦିନିଆ ରାଜ୍ୟବ୍ୟାପୀ ବିକ୍ଷୋଭ ଆରମ୍ଭ କରିଛି ଦଳ ।  ସାମିଲ ହୋଇଛନ୍ତି ଦଳୀୟ ସାଂସଦ, ବିଧାୟକଙ୍କ ସହିତ କର୍ମୀ  ।

ଅହେତୁକ ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜିଠାରୁ ତିନି ଦିନିଆ ରାଜ୍ୟବ୍ୟାପୀ ବିକ୍ଷୋଭ ଆରମ୍ଭ କରିଛି ବିଜୁ ଜନତା ଦଳ । ଆଜି ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ଧାରଣା ଓ ପ୍ରତିବାଦ କରାଯାଇଛି । ଦଳୀୟ ସାଂସଦ, ବିଧାୟକଙ୍କ ସହିତ ପ୍ରାୟ ପ୍ରାୟ ୫ହଜାର କର୍ମୀ ପ୍ରତିବାଦରେ ସାମିଲ ହୋଇଛନ୍ତି । ସକାଳ ୯.୩୦ରୁ ପୂର୍ବାହ୍ନ ୧୧.୩୦ ପର୍ଯ୍ୟନ୍ତ ଧାରଣା ଦିଆଯିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବାର ସ୍ଥିର ହୋଇଛି ।

ସେହିପରି ବିଜେଡି ପ୍ରତ୍ୟେକ ବ୍ଲକ ସହ ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଧାରଣା ଦେବ । ୨୦୧୪ ମସିହାରୁ ୯ ଥର ଶୁଳ୍କ ବୃଦ୍ଧି ପାଇଥିବା ଅଭିଯୋଗ ସହ ଖୁବ ଶୀଘ୍ର ତୈଳଦର ହ୍ରାସ କରିବାକୁ ଦଳ ଦାବି କରିଛି । ବର୍ତମାନ ପେଟ୍ରୋଲରେ ଲିଟର ପିଛା ୧୯.୪୮ ଟଙ୍କା ଓ ଡିଜେଲ ଲିଟର ପିଛା ୧୫.୩୩ ଟଙ୍କା ଉତ୍ପାଦ ଶୁଳ୍କ ନେଉଥିବା ଅଭିଯୋଗ ଆଣିଛି ବିଜେଡି ।