ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ଭୁକମ୍ଫର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ୭ ତୀବ୍ରତାର ଭୁକମ୍ଫ ପରେ ସୁନାମୀ ଆସିବାର ଚେତାବନୀ ଜାରି କରାଯାଇଛି।
ଇଣ୍ଡୋନେସିଆରେ ରବିବାର ସନ୍ଧ୍ୟାରେ ଭାରତୀୟ ସମୟନୁସାରେ ୫ଟା ୧୬ ମିନିଟରେ ଭୁକମ୍ଫର ଝଟକା ଅନୁଭୂତ ହୋଇଛି। ରିଆକ୍ଟର ସ୍କେଲରେ ଭୁକମ୍ଫର ତୀବ୍ରତା ୭ ରେକର୍ଡ କରାଯାଇଛି। ଏତେ ତୀବ୍ରତାର ଭୂକମ୍ଫ ପରେ ସୁନାମୀ ଆସିବାର ଚେତାବନୀ ଜାରି କରାଯାଇଛି।
ୟୁଏସ ଜିଓଲୋଜିକାଲ ସର୍ଭେ ମୁତାବକ ଭୂକମ୍ପର କେନ୍ଦ୍ର ଲମ୍ବୋକ ଦ୍ଵୀପ ପାଖରେ ରହିଛି। କୁହାଯାଉଛି ଯେ ଭୂକମ୍ପର କେନ୍ଦ୍ର ମାଟିରୁ ୧୫ କିଲୋମିଟର ତଳେ ରହିଥିଲା। ଅଧିକାରୀ ସୁନାମୀର ଚେତାବନୀ ଜାରି କରି ଲୋକଙ୍କୁ ସମୁଦ୍ର ଆଖପାଖକୁ ନଯିବାକୁ ଅପିଲ କରିଛନ୍ତି।
ମାତ୍ର ପ୍ରାରମ୍ଭିକ ସୂଚନା ମୁତାବକ ଏ ପର୍ୟ୍ୟନ୍ତ କୌଣସି ପ୍ରକାରର କ୍ଷୟକ୍ଷତି ଖବର ନାହିଁ। ଭୂକମ୍ପର ତୀବ୍ରତା ଅନୁଭୂତ ହେବା ପରେ ଲୋକେ ଘରୁ, ହୋଟେଲ ଏବଂ ରେସ୍ତୋରାଁରୁ ବାହାରକୁ ଚାଲି ଆସିଥିଲେ। ଉଲ୍ଲେଖଯୋଗ୍ୟ ଏକ ସପ୍ତାହ ପୂର୍ବେ ଏହି ଦ୍ଵୀପରେ ହୋଇଥିବା ଭୂକମ୍ପରେ ୧୭ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ସେହି ସମୟରେ ଭୂକମ୍ପର ତୀବ୍ରତା ୬.୪ ରେକର୍ଡ କରାଯାଇଥିଲା।