ଘୁଞ୍ଚିଲା ଖରାଦିନ ଛୁଟି : ୨୧ରେ ଖୋଲିବ ବିଦ୍ୟାଳୟ

0
260
students
students
ଭୁବନେଶ୍ୱର :  ଅସହ୍ୟ ଗରମକୁ ନଜରରେ ରଖି ରାଜ୍ୟ ସରକାର ଗ୍ରୀଷ୍ମ ଅବକାଶକୁ ବଢ଼ାଇଛନ୍ତି । ଜୁନ ୧୮ ପରିବର୍ତ୍ତେ ଜୁନ ୨୧ ଅର୍ଥାତ ଆସନ୍ତା ଗୁରୁବାର ଦିନ ବିଦ୍ୟାଳୟ ଖୋଲିବା ନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟକୁ ମୌସୁମୀ ସ୍ପର୍ଶ କରିଥିବା ବେଳେ କିନ୍ତୁ ଅସହ୍ୟ ଗରମରୁ ରାଜ୍ୟବାସୀ ତ୍ରାହି ପାଇ ନାହାଁନ୍ତି । ଏବେବି ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ଗରମକୁ ନଜରରେ ରଖି ରାଜ୍ୟ ସରକାର ଗ୍ରୀଷ୍ମ ଅବକାଶକୁ ବଢ଼ାଇଛନ୍ତି ।

ପୂର୍ବରୁ ଗ୍ରୀଷ୍ମ ଛୁଟି ଜୁନ ୧୭ ପର୍ୟ୍ୟନ୍ତ ରହିଥିଲା । ସେଦିନ ରବିବାର ପଡ଼ୁଥିବାରୁ ବିଦ୍ୟାଳୟଗୁଡ଼ିକ ୧୮ ତାରିଖରେ ଖୋଲିବାର ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ରାଜ୍ୟରେ ଏବେ ବିଭିନ୍ନ ଜିଲ୍ଲାରେ ୩୮ ଡିଗ୍ରୀ ଉପରକୁ ତାପମାତ୍ରା ରହୁଛି । ସେଥିପାଇଁ ଗଣ ଶିକ୍ଷା ବିଭାଗ ଖରାଦିନ ଛୁଟିର ସମୟ ସୀମା ବର୍ଦ୍ଧିତ କରିଛନ୍ତି । ଜୁନ ୧୮ (ସୋମବାର) ପରିବର୍ତ୍ତେ ଜୁନ ୨୧ ତାରିଖ (ଗୁରୁବାର) ଦିନ ବିଦ୍ୟାଳୟଗୁଡ଼ିକ ଖୋଲିବା ନେଇ ଘୋଷଣା କରାଯାଇଛି ।