ବନ୍ଦେ ଉତ୍କଳକୁ ସୁଶାନ୍ତ ସିଂଙ୍କ ବିବାଦୀୟ ମନ୍ତବ୍ୟ

0
357
susant singh
susant singh
ଭୁବନେଶ୍ୱର : “ବନ୍ଦେ ଉତ୍କଳ” ବଦଳରେ “ବନ୍ଦେ ଓଡ଼ିଶା” ବ୍ୟବହାର ଲାଗି ଦାବି କରିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ। ପଶ୍ଚିମ ଓଡିଶା ଭାବାବେଗକୁ ନେଇ ସରକାର ନିଷ୍ପତି ହେଲେ ଭଲ ହେବ ବୋଲି ଶ୍ରମ ମନ୍ତ୍ରୀ ପ୍ରକାଶ କରିଛନ୍ତି।

 “ବନ୍ଦେ ଉତ୍କଳ ଜନନୀ”କୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦାବି ପ୍ରସଙ୍ଗ ନେଇ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ଆଜି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଏଥିରେ ମୁଣ୍ଡ ପୁରାଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସଙ୍ଗୀତରେ ଥିବା ଉତ୍କଳ ଶବ୍ଦକୁ ନେଇ କେଁ ପୂରାଇଛନ୍ତି ଶ୍ରୀ ସିଂ ।

ଶ୍ରୀ ସିଂହ କହିଛନ୍ତି ଯେ “ବନ୍ଦେ ଉତ୍କଳ” ବଦଳରେ “ବନ୍ଦେ ଓଡ଼ିଶା” ବ୍ୟବହାର ଲାଗି ଦାବି ହେଉଛି। କୋଶଳ ଆନ୍ଦୋଳନ ଯୋଗୁଁ ଗୀତର ଶବ୍ଦ ବଦଳାଇବାକୁ ଦାବି ହେଉଛି। “ବନ୍ଦେ ଉତ୍କଳ” ବଦଳରେ “ବନ୍ଦେ ଓଡ଼ିଶା” କଲେ ସମସ୍ତଙ୍କ ଗ୍ରହଣୀୟ ହେବ । ତେବେ ରାଜ୍ୟ ସରକାର କଣ ନିଷ୍ପତି ନେବେ ମୁଁ ଜାଣିନାହିଁ। ପଶ୍ଚିମ ଓଡିଶା ଭାବାବେଗକୁ ନେଇ ନିଷ୍ପତି ହେଲେ ଭଲ ହେବ ବୋଲି ଶ୍ରମ ମନ୍ତ୍ରୀ ପ୍ରକାଶ କରିଛନ୍ତି। ଅପରପକ୍ଷରେ ଏହାର ଜବାବ ରଖିଛି ବିଜେପି। ସୁଶାନ୍ତ ଯାହା କହିଛନ୍ତି, ସରକାରଙ୍କ ଭାଷା ସେଭଳି କି ବୋଲି ଦଳର ନେତା ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି।

ଏକ ପ୍ରେସମିଟ କରି ଶ୍ରୀ ମହାପାତ୍ର କହିଛନ୍ତି ଯେ “ବନ୍ଦେ ଉତ୍କଳ”କୁ ରାଜ୍ୟ ସଙ୍ଗୀତ ପାଇଁ ଆଗରୁ ନୀତି ନିୟମ ହୋଇଛି। ଏ ସଂପର୍କୀତ ସବୁ ଫାଇଲ ଗୃହ ବିଭାଗ ପାଖରେ ପଡି ରହିଛି । ତେବେ ସୁଶାନ୍ତ ଯାହା କହିଛନ୍ତି, ସରକାରଙ୍କ ଭାଷା ସେଭଳି କି? ବୋଲି ସେ ପ୍ରଶ୍ନ କରିଛନ୍ତି।