କିଡ଼୍ନୀ ରକ୍ତକୁ ସଫା ରଖିବା ସହ ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ବାହାର କରିଥାଏ । କିଡ଼୍ନୀ ଖରାପ ହେବା ପୂର୍ବରୁ କିଛି ଲକ୍ଷଣ ଦେଖା ଯାଇଥାଏ । ଦେଖା ଯାଉଥିବା ଲକ୍ଷଣ ଜାଣି ନ ପାରି ଲୋକମାନେ ଅସୁବିଧାରେ ପଡ଼ିଥାନ୍ତି ।
ଶରୀରର ଏକ ଗୁରୁତ୍ୱପୁର୍ଣ୍ଣ ଅଂଶ ହେଉଛି କିଡ଼୍ନୀ । ମଣିଷ ଶରୀରରେ ଦୁଇଟି କିଡ଼୍ନୀ ଥିବା ବେଳେ ଗୋଟିଏ ବି ଖରାପ ହେଲେ ଏହାର ପ୍ରଭାବ ପୂରା ଶରୀର ଉପରେ ପଡ଼ିଥାଏ । କିଡ଼୍ନୀ ଖରାପ ହେବା ପୂର୍ବରୁ କିଛି ଲକ୍ଷଣ ଦେଖା ଯାଇଥାଏ । ଲକ୍ଷଣ ହେଲ।
୧. ପେଟର ବାମ ପଟ ବା ଡ଼ାହାଣ ପଟ ଜୋରରେ ବିନ୍ଧା ହେବା । ଏହା କିଡ଼୍ନୀ ଖରାପ ହେବାର ସଙ୍କେତ ହୋଇପାରେ ।
୨. ହାତ ଏବଂ ଗୋଡ଼ ସିଝିବା ପରି ଦେଖାଯିବା ସହ ଲାଲ ପଡ଼ିଯିବା ।
୪. ଯଦି ହଠାତ୍ ଆପଣଙ୍କର ଅଜାଣତରେ ପରିସ୍ରା ବାହାରକୁ ଆସି ଯାଉଛି ବା ଏହାକୁ ଆପଣ ନିୟନ୍ତ୍ରଣରେ ରଖି ପାରୁ ନାହାନ୍ତି ତେବେ ଏହା କିଡ଼୍ନୀ ଖରାପ ହେବାର ଲକ୍ଷଣ ହୋଇପାରେ ।
୫. କୌଣସି ଶାରୀରିକ କାମ ନ କରି ଯଦି ଆପଣ ଥକାପଣ ଅନୁଭବ କରୁଛନ୍ତି ତେବେ ଏହା କିଡ଼୍ନୀ ଖରାପ ହେବାର ଲକ୍ଷଣ ହୋଇପାରେ । ଥକାପଣ ଅନୁଭବ କଲେ ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ କରାନ୍ତୁ ।