ଆମେରିକାକୁ ଜବାବ : ୩୦ ଉତ୍ପାଦ ଉପରେ ଆମଦାନୀ ଶୁଳ୍କ ବଢାଇଲା ଭାରତ

0
377
indo-america trade
indo-america trade

ନୂଆଦିଲ୍ଲୀ : ଆମେରିକାରୁ ରପ୍ତାନୀ ହେଉଥିବା ୩୦ ଉତ୍ପାଦ ଉପରେ ଦିଆଯାଉଥିବା ଟ୍ୟାକ୍ସ ରିହାତିକୁ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛି ଭାରତ।  ଭାରତ ପକ୍ଷରୁ ଆମେରିକା  ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଇ ଆମଦାନୀ ଉପରେ ଶୁଳ୍କ ବୃଦ୍ଧି କରାଯାଇଛି।  ଭାରତ ପକ୍ଷରୁ  ବୃଦ୍ଧି କରାଯାଇଥିବା   ଶୁଳ୍କ ଜୁନ ୨୧ରୁ ଲାଗୁ ହେବ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଟ୍ରେଡ୍ ଓ୍ଵାରର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିଛି। ଏବେ ଭାରତ ଏହି ଟ୍ରେଡ ଓ୍ଵାରରେ ଆମେରିକାକୁ ବଡ଼ ଝଟକା ଦେଇଛି। ସୂଚନା ମୁତାବକ ଭାରତ ଆମେରିକାରୁ ରପ୍ତାନୀ ହେଉଥିବା ୩୦ ଉତ୍ପାଦ ଉପରେ ଦିଆଯାଉଥିବା ଟ୍ୟାକ୍ସ ରିହାତିକୁ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛି। ଏହାର ପ୍ରସ୍ତାବ ବିଶ୍ଵ ବାଣିଜ୍ୟ ସଂଗଠନକୁ ଦିଆଯାଇଛି।

ଭାରତ ୮୦୦ ସିସିରୁ  ଅଧିକ କ୍ଷମତା ବିଶିଷ୍ଟ ବାଇକ୍, ତାଜା ସେଓ ଓ ବାଦାମ ପରି ୩୦ ଉତ୍ପାଦ ଉପରେ ଶୁଳ୍କ ବୃଦ୍ଧି କରିବାର ନିଷ୍ପତ୍ତି ନେଇଛି। ଜଣେ  ବରିଷ୍ଠ ଅଧିକାରୀ କହିଛନ୍ତି ଯେ  ଭାରତ ପକ୍ଷରୁ ରପ୍ତାନୀ ହେଉଥିବା ଷ୍ଟିଲ ଓ ଆଲୁମିନିୟମ ଉପରେ  ଆମେରିକାର ଟ୍ୟାକ୍ସ ବୃଦ୍ଧି କରିବା ଜବାବରେ ଏହି ପଦକ୍ଷେପ ନିଆଯାଇଛି।

ନୂତନ ନିଷ୍ପତ୍ତି ଅନୁଯାୟୀ ଏବେ ଆମେରିକାରୁ ଆମଦାନୀ ହେଉଥିବା ୮୦୦ ସିସିରୁ ଅଧିକ ବାଇକ୍ ଉପରେ ୫୦ ପ୍ରତିଶତ ଉତ୍ପାଦ ଶୁଳ୍କ,  ବାଦାମ ଉପରେ ୨୦ ପ୍ରତିଶତ, ଚିନାବାଦାମ ଉପରେ ୨୦ ପ୍ରତିଶତ ଓ ସେଓ ଉପରେ ମଧ୍ୟ ୨୫ ପ୍ରତିଶତ ଉତ୍ପାଦ ଶୁଳ୍କ ବୃଦ୍ଧି  ପାଇବ।

ପୁରା ମାମଲା ଉପରେ ନଜର ରଖୁଥିବା ଜଣେ ଅଧିକାରୀ କହଛନ୍ତି ଯେ ପ୍ରଥମ ଥର ଭାରତ ପକ୍ଷରୁ ଆମେରିକା  ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଇ ଆମଦାନୀ ଉପରେ ଶୁଳ୍କ ବୃଦ୍ଧି କରାଯାଇଛି।  ଭାରତ ପକ୍ଷରୁ  ବୃଦ୍ଧି କରାଯାଇଥିବା   ଶୁଳ୍କ ଜୁନ ୨୧ରୁ ଲାଗୁ ହେବ। ଭାରତର ଏହି ପଦକ୍ଷେପ ଫଳରେ  କେନ୍ଦ୍ର ସରକାରଙ୍କୁ ୨୩୮.୦୯ ମିଲିୟନ ଆମେରିକା ଡଲାରର ରାଜସ୍ଵ ମିଳିବ।