ପିଲାଙ୍କୁ ଆତଙ୍କବାଦୀ ଶିକ୍ଷା : ୧୩ ଶିକ୍ଷକ ଗିରଫ

0
247
teachers arrested for terrorism teaching
teachers arrested for terrorism teaching

ଶ୍ରୀନଗର  :  ଆତଙ୍କବାଦୀ ସଂଗଠନରେ ସାମିଲ ହେବାକୁ ପ୍ରବର୍ତ୍ତାଉଥିବା ଅଭିଯୋଗରେ ୧୩ ଜଣ ଶିକ୍ଷକଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଶିକ୍ଷକଙ୍କ ଠାରୁ କିଛି ଆପତ୍ତିଜନକ ଜିନିଷ ପତ୍ର ଜବତ ହୋଇଛି ।

ଜମ୍ମୁ କଶ୍ମୀରରେ ପିଲାଙ୍କୁ ଆତଙ୍କବାଦୀ ସଂଗଠନରେ ସାମିଲ ହେବାକୁ ପ୍ରବର୍ତ୍ତାଉଥିବା ଶିକ୍ଷକମାନେ ବାରମୁଳାସ୍ଥିତ ଏକ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିଲେ । ଘଟଣା ସହିତ ଜଡ଼ିତ କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ୧୩ରୁ ୧୪ ବର୍ଷର ପିଲାମାନେ ଜାନଦାଫରନ ଜଙ୍ଗଲରେ ଆତଙ୍କବାଦୀ ସଂଗଠନରେ ସାମିଲ ହେବାକୁ ଶିକ୍ଷକଙ୍କ ଦ୍ୱାରା ଶିକ୍ଷା ନେଉଥିଲେ । ଜୁଲାଇ ପ୍ରଥମ ସପ୍ତାହରେ ଏହି ଘଟଣା ଦେଖାଯାଇଥିଲା ।

ଭିଡିଓରେ କିଛି ପିଲା ମୃତ୍ୟୁ ଜନିତ ଗୀତ ଗାଉଥିବା ଦେଖାଯାଉଛି । ସେହିଭଳି ଭିଡିଓରେ ଆତଙ୍କବାଦୀ ଗତିବିଧି ମଧ୍ୟ ଦେଖାଯାଇଛି । ଭିଡିଓରୁ ଜଣାପଡ଼ିଛି ଯେ, ପିଲାମାନଙ୍କୁ ଆତଙ୍କବାଦୀ ସଂଗଠନରେ ସାମିଲ କରାଯିବା ପାଇଁ ପ୍ରଲୋଭନ କରାଯାଉଛି । କିନ୍ତୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ଖଣ୍ଡନ କରିଛି । ବାରାମୁଲାରେ ମୁଖ୍ୟ ଶିକ୍ଷା ଅଧିକାରୀ ଅବଦୁଲ ଅମହମ ଧନୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଘଟଣାର ତଦନ୍ତ ହେବ । ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସ୍କୁଲ ପିଲାଙ୍କ ଭିଡିଓ ଭାଇରାଲ ହେବା ପରେ ପୋଲିସର ତତ୍ପରତା ବୃଦ୍ଧି ପାଇଛି । ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ଏଭଳିଘଟଣରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । କାରଣ ସେମାନେ ପିଲାମାନଙ୍କୁ ଭଲ ଶିକ୍ଷା ଦେଇ ଦେଶର ବିକାଶରରେ ସାମିଲ କରାଇବା ସ୍ଥାନରେ ଦେଶର କ୍ଷତି କରିବାକୁ ଯୋଜନା କରୁଛନ୍ତି । ଗିରଫ ହୋଇଥିବା ଶିକ୍ଷକଙ୍କ ଠାରୁ କିଛି ଆପତ୍ତିଜନକ ଜିନିଷ ପତ୍ର ଜବତ ହୋଇଛି । ଭାଇରାଲ ଭିଡିଓକୁ ଜଣେ ଶିଶୁ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଅପଲୋଡ଼ କରିଛି ।