ତେଲେଙ୍ଗାନା : ତେଲେଙ୍ଗାନା ବିଧାନସଭା ଭଙ୍ଗ କରାଯାଇଛି। ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରାଜ୍ୟପାଳ ଇଏସଏଲ ନରସିମହାଙ୍କୁ ସାକ୍ଷାତ କରି ବିଧାନସଭା ଭଙ୍ଗ କରିବା ପାଇଁ ସୁପାରିଶ କରିଥିଲେ ।
ତେଲେଙ୍ଗାନା କ୍ୟାବିନେଟ୍ ଭଙ୍ଗ କରିବା ପାଇଁ ନିଷ୍ପତି ନିଆଯାଇଛି । ପୂର୍ବରୁ କ୍ୟାବିନେଟରେ ଏନେଇ ସୁପାରିଶ କରାଯାଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରାଜ୍ୟପାଳ ଇଏସଏଲ ନରସିମହାଙ୍କୁ ସାକ୍ଷାତ କରି ବିଧାନସଭା ଭଙ୍ଗ କରିବା ପାଇଁ ସୁପାରିଶ କରିଥିଲେ ।
ଆଜି ସକାଳେ ଚନ୍ଦ୍ରଶେଖର ରାଓ ବିଧାନସଭା ଭଙ୍ଗ କରିବା ପାଇଁ କ୍ୟାବିନେଟରେ ପ୍ରସ୍ତାବ ଆଗତ କରିଥିଲେ । ଏନେଇ ଟିଆରଏସ ସରକାର ସମସ୍ତ ମନ୍ତ୍ରୀଙ୍କୁ ହାଇଦ୍ରାବାଦ ଏବଂ ବିଧାନସଭାରେ ଉପସ୍ଥିତ ରହିବା ପାଇଁ କହିଥିଲେ । କ୍ୟାବିନେଟରେ ସମୟ ପୂର୍ବରୁ ବିଧାନସଭା ଭଙ୍ଗ ନେଇ ନିଷ୍ପତି ନିଆଯାଇଛି । କାର୍ଯ୍ୟକାଳ ସରିବାକୁ ଆଉ ୧୦ ମାସ ବାକି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଆଗୁଆ ନିର୍ବାଚନ କରିବା ପାଇଁ ପାଗ ଭିଡିଛନ୍ତି ।
ରାଜ୍ୟପାଳ କ୍ୟାବିନେଟର ସୁପାରିଶକୁ ଅନୁମୋଦନ କରିବା ସହ ବର୍ତମାନର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖରଙ୍କୁ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି ।