ଆତଙ୍କବାଦୀ ଆକ୍ରମଣ : ୨ ପୋଲିସ ସହିଦ

0
274
terrorists attack
terrorists attack

ଶ୍ରୀନଗର : ପୁଲବାମାରେ ଜମ୍ମୁ କଶ୍ମୀର ପୋଲିସ ଟିମ ଉପରେ ହୋଇଥିବା ଆକ୍ରମଣରେ ୨ଜଣ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି । ସେହିଭଳି ଅନନ୍ତନାଗରେ ଆତଙ୍କବାଦୀମାନେ ସିଆରପିଏଫ ଟିମ ଉପରକୁ ଗ୍ରେନେଡ ଆକ୍ରମଣ କରିଛନ୍ତି ।

ଜମ୍ମୁ କଶ୍ମୀରରେ ମଙ୍ଗଳବାର ଭୋର ସକାଳୁ ସୁରକ୍ଷା ବାହିନୀଙ୍କ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ରିପୋର୍ଟ ଅନୁସାରେ ପୁଲବାମାରେ କୋର୍ଟ ପରିସରରେ ନିକଟରେ ମୁତୟନ ଥିବା ଜମ୍ମୁ କଶ୍ମୀର ପୋଲିସ ଟିମ ଉପରକୁ ଆତଙ୍କବାଦୀମାନେ କ୍ରମାଗତ ଭାବରେ ଆକ୍ରମଣ କରିଛନ୍ତି । ସେହିଭଳି ଅନନ୍ତନାଗରେ ଆତଙ୍କବାଦୀମାନେ ସିଆରପିଏଫ ଟିମ ଉପରକୁ ଗ୍ରେନେଡ ଆକ୍ରମଣ କରିଛନ୍ତି ।

ପୁଲବାମାରେ ଜମ୍ମୁ କଶ୍ମୀର ପୋଲିସ ଟିମ ଉପରେ ହୋଇଥିବା ଆକ୍ରମଣରେ ୨ଜଣ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି । ସେହିଭଳି ଏହି ଘଟଣାରେ ୩ ଜଣ ପୋଲିସ ଆହତ ହୋଇଛନ୍ତି । ଗୁରୁତର ଭାବରେ ଆହତ ହୋଇଥିବା ପୋଲିସଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜାତୀୟ ଗଣମାଧ୍ୟମକୁ ହସ୍ତଗତ ହୋଇଥିବା ସୂଚନା ଅନୁସାରେ ଆକ୍ରମଣ ହୋଇଥିବା ସ୍ଥାନକୁ ଖାଲି କରି ଦିଆଯାଇଛି । ପୋଲିସ ଟମ ଆତଙ୍କବାଦୀ ଦମନ ପାଇଁ ସର୍ଚ୍ଚ ଅପରେଶନ ଜାରି ରଖିଛି ।