ବନ୍ଧୁତ୍ୱ ଦିବସରେ ଗଲା ତିନି ସାଙ୍ଗଙ୍କ ଜୀବନ

0
434
accident
accident took three friends life
ବଲାଙ୍ଗୀର :  ବଲାଙ୍ଗୀର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣ ସାଙ୍ଗଙ୍କ ଜୀବନ ଯାଇଛି।ବନ୍ଧୁତ୍ୱ ଦିନରେ ଏଭଳି ତିନି ଜଣ ସାଙ୍ଗଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଆଜି ଭଳି ବନ୍ଧୁତ୍ୱ ଦିବସରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣ ସାଙ୍ଗଙ୍କ ଜୀବନ ଯାଇଛି। ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ସାତମାଇଲ ଛକରେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେବାରୁ ଏଭଳି ଦୁଃଖଦ ଘଟଣା ଘଟିଛି। ମୃତକମାନେ ହେଲେ ବଲାଙ୍ଗୀର ମାଲପଡାର ରାଜେଶ ବାଗ,ଲଲିତ ରଞ୍ଜନ କର ଏବଂ ଅଚ୍ୟୁତ ବଗର୍ତ୍ତି ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଗତକାଲି ବିଳମ୍ବିତ ରାତିରେ ତିନି ସାଙ୍ଗ ଏକ ବାଇକରେ ସୋନପୁରରୁ ବଲାଙ୍ଗୀର ଯିବାବେଳେ ସାତମାଇଲ ଛକ ନିକଟରେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତିନି ଜଣଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଟ୍ରକର ଡ୍ରାଇଭର କିମ୍ବା ଟ୍ରକର କୌଣସି ସୂଚନା ଏଯାବତ ପୋଲିସକୁ ମିଳିନଥିବା ବେଳେ ତଦନ୍ତ ଜାରି ରହିଛି। ତେବେ ବନ୍ଧୁତ୍ୱ ଦିନରେ ଏଭଳି ତିନି ଜଣ ସାଙ୍ଗଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।