ତିନି ମାଓବାଦୀ ନିହତ

0
424
three maoists dead
three maoists dead

ମାଲକାନଗିରି  : ସୁକମା ଜିଲ୍ଲାରେ ପୋଲିସ୍ ଗୁଳିରେ ତିନି ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମୃତଦେହକୁ ପୋଲିସ୍ ଜବତ କରିଛି। ଏହା ସହିତ ଅନେକ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଚିନ୍ତାଗୁମ୍ଫା ଜଙ୍ଗଲରେ ମାଓ ଶିବିର ଥିବାର ସୂଚନା ପାଇ ସିଆରପିଏଫ୍ ଓ ଛତିଶଗଡ଼ ପୋଲିସ୍ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ତିନି ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମୃତଦେହକୁ ପୋଲିସ୍ ଜବତ କରିଛି। ଏହା ସହିତ ଅନେକ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ତେବେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।