ବରଗଡ଼ : ବ୍ୟବସାୟୀଙ୍କଠାରୁ ଟଙ୍କା ଲୁଟ୍ ଘଟଣାରେ ୩ ପୁଲିସ୍ଙ୍କୁ ଗିରଫ କରିଛି ପୁଲିସ୍। ଏମାନଙ୍କ ବିରୋଧରେ ସଦର ଥାନାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନଙ୍କ ଠାରୁ ୪ଲକ୍ଷ ୫୧ହଜାର ୮ଶହ ଟଙ୍କା ଜବତ ହୋଇଛି।
ପାଇକମାଳର ଜଣେ ବ୍ୟାଗ୍ ବ୍ୟବସାୟୀ ନନ୍ଦଲାଲ ପ୍ରସାଦଙ୍କ ଠାରୁ ପିସିଆର୍ ଗାଡ଼ିରେ ଆସି ବଳପୂର୍ବକ ସାଢ଼େ ଚାରି ଲକ୍ଷ ଟଙ୍କା ଛଡ଼ାଇ ନେବା ଘଟଣାରେ ବରଗଡ଼ ଟାଉନ ଥାନା ପିସିଆର୍ରେ ନିୟୋଜିତ ଥିବା କନଷ୍ଟେବଳ ସଦାନନ୍ଦ ପଧାନ, ବିପିନ ବିହାରୀ ବେଦବାକ ଏବଂ ସରୋଜ ସେଠଙ୍କ ସମେତ ଖବରି ଜୟପ୍ରକାଶ ଗୁପ୍ତାଙ୍କୁ ପୁଲିସ୍ ଗିରଫ କରିଛି। ଏମାନଙ୍କ ବିରୋଧରେ ସଦର ଥାନାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନଙ୍କ ଠାରୁ ୪ଲକ୍ଷ ୫୧ହଜାର ୮ଶହ ଟଙ୍କା ଜବତ ହୋଇଛି।