ଛେରା ପହଁରାକୁ ସ୍ୱଚ୍ଛ ଭାରତ ସହ ତୁଳନା କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୋସିଆଲ ମିଡିଆରେ ପୋଷ୍ଟ ପ୍ରସଙ୍ଗ ପୁଣି ତେଜିଛି। ଏସବୁ ଧର୍ମେନ୍ଦ୍ରଙ୍କ ଅହଙ୍କାର ଛଡ଼ା ଆଉ କିଛି ନୁହେଁ ବୋଲି କହିଛନ୍ତି ଦାମ। ଏହାସହ ପୂର୍ବରୁ ନବକଳେବର ପୁରୀରୁ ହେବ ବୋଲି ଧର୍ମେନ୍ଦ୍ର କହିଥିଲେ, ତେବେ ତାଙ୍କର ଏ ଅହଙ୍କାରଙ୍କୁ ଜଗନ୍ନାଥ ସହ୍ୟ କରିପାରିବେନି ବୋଲି ଭତ୍ସନା କରି କହିଛନ୍ତି ବିଜେଡିର ଏହି ବରିଷ୍ଠ ନେତା।
ଅପରପକ୍ଷରେ ରଥଯାତ୍ରାରେ ମହାରାଜାଙ୍କ ଛେରା ପହଁରା ନୀତି ସମ୍ପୂର୍ଣ୍ଣ ଭିନ୍ନ। ଏହି ଛେରା ପହଁରାକୁ ସ୍ୱଚ୍ଛ ଭାରତ ସହ ତୁଳନା କରିବା, ଏଥିରେ ରାଜନୀତିକରଣ କରିବା ଭଲ ନୁହେଁ ବା ଏହାକୁ ଶ୍ରୀମନ୍ଦିର ସେବାୟତମାନେ ପସନ୍ଦ କରନ୍ତି ନାହିଁ ବୋଲି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି ।
ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନନ୍ଦନ ଏହାର ଜବାବ ରଖି କହିଛନ୍ତି ଯେ ବିଜେଡି ନେତାମାନେ ପ୍ରଭୁ ଜଗନ୍ନାଥଙ୍କ ମୁଖପାତ୍ର ନୁହଁନ୍ତି। ଅତୀତରେ ଗଜପତି ମହାରାଜ ପୁରୁଷତ୍ତମ ଦେବଙ୍କୁ ଚଣ୍ଡାଳ କୁହାଯାଉଥିଲା । କାହିଁକି ନା ରଥଯାତ୍ରାରେ ଛେରା ପହଁରା ଏକ ପ୍ରକ୍ରିୟା। ରଥରେ ପୁରୁଷତ୍ତମଦେବ ଝାଡୁ କରୁଥିଲେ ବୋଲି ତାଙ୍କୁ ଚଣ୍ଡାଳ କୁହାଯାଉଥିଲା, ଯାହା ଇତିହାସର ଲିପିବଦ୍ଧ। ତେଣୁ ବିଜେଡି ନେତାମାନେ ମହାପ୍ରଭୁଙ୍କର ମୁଖପାତ୍ର ହେବା ଅଭ୍ୟାସ ବନ୍ଦ କରନ୍ତୁ ବୋଲି ମୁହେଁ ମୁହେଁ କହିଛନ୍ତି ଶ୍ରୀ ହରିଚଚନ୍ଦନ।