ଆସନ୍ତାକାଲି ସ୍ନାନପୂର୍ଣ୍ଣିମା

0
418
jagannath at snana bedi
jagannath at snana bedi
ପୁରୀ :  ଆଜି ସେନାପଟା ଲାଗି ନୀତି । ଆସନ୍ତାକାଲି ମହାପ୍ରଭୁ ଜଗନ୍ନାଥଙ୍କର ସ୍ନାନଯାତ୍ରା । ସ୍ନାନବେଦୀରେ  ମହାପ୍ରଭୁ ବିରାଜମାନ କରି ଭକ୍ତଙ୍କୁ ଦର୍ଶନ ଦେବେ ।

ଆସନ୍ତାକାଲି ମହାପ୍ରଭୁ ଜଗନ୍ନାଥଙ୍କର ସ୍ନାନଯାତ୍ରା ।  ଆଉ କେଇ ଘଂଟାର ଅପେକ୍ଷାରେ ରହିଛି ସ୍ନାନବେଦୀ । ଅପୂର୍ବ ଶୋଭାରେ ସଜେଇ ହୋଇ ରହିଥିବା ସ୍ନାନବେଦୀରେ  ମହାପ୍ରଭୁ ବିରାଜମାନ କରି ଭକ୍ତଙ୍କୁ ଦର୍ଶନ ଦେବେ ।

ଗତକାଲି ଠାରୁ ସ୍ନାନପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିବାବେଳେ ଆଜି ହେବ ମହାପ୍ରଭୁଙ୍କ ସେନାପଟା ଲାଗି । ମହାପ୍ରଭୁଙ୍କର ବଳିଆର ଭୂଜକୁ ସୁରକ୍ଷା ଦେବାକୁ ଦଇତାପତିମାନେ ବାହୁଟ କଂଟା ସେବା ସମ୍ପାଦନ କରି ଆଜି ସେନାପଟା ଲାଗି ନୀତି ସମ୍ପାଦନ କରିବେ । ତେବେ ପହଣ୍ଡି ପୂର୍ବରୁ ସେନାପଟା ଲାଗି ହେବାର ପରମ୍ପରା ରହିଥିବାବେଳେ ଆଜି ଏହାକୁ ଦଇତାପତି ସେବାୟତଙ୍କ ଦ୍ୱାରା ସମ୍ପନ୍ନ କରାଯିବ ।

ସୂଚନାନୁଯାୟୀ, ବଉଳ କାଠରେ ଠିକ୍ ମାପରେ ସେନାପଟା ପ୍ରସ୍ତୁତ ହୋଇ ରହିଥିବାବେଳେ ମହାପ୍ରଭୁ ସ୍ନାନବେଦୀ ଆସିବା ପୂର୍ବରୁ ତାଙ୍କୁ ସୁରକ୍ଷା ଦେବାକୁ ସେନାପଟା ଲାଗି ହୋଇଥାଏ । ଏହି ନୀତି ପାଇଁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଆଜି ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ବନ୍ଦ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆସନ୍ତାକାଲି ଉତରଦ୍ୱାର ପାଶ୍ୱର୍ରେ ଥିବା ମା ଶୀତଳାଙ୍କ ମନ୍ଦିର ସମ୍ମୁଖରେ ଥିବା ସୁନା କୂଅର ଜଳ ମହାପ୍ରଭୁଙ୍କ ଠାରେ ଲାଗି କରାଯାଇ ଆଜି ଏହାକୁ ଶୋଧ କରାଯିବ । ପରେ ଦକ୍ଷିଣ ମାଳୀ ସେବକମାନଙ୍କ ଦ୍ୱାରା ଏହାର ଶୋଧ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ ।