ନାଳକୁ ଖସିଲା ଟ୍ରାକ୍ଟର : ୧୫ ମୃତ, ୭ ଆହତ

0
270
accident
accident

ହାଇଦ୍ରାବାଦ : ତେଲେଙ୍ଗାନାର ଯଦାଦ୍ରୀ ଜିଲ୍ଲାରେ ଏକ  ଦୁଃଖଦ ଦୁର୍ଘଟଣା ଘଟିଛି । ଏକ ଟ୍ରାକ୍ଟର-ଟ୍ରଲି ନାଳରେ ଖସି ପଡିବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଛି।  ଅନ୍ୟ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ରବିବାର ଏକ ଟ୍ରାକ୍ଟର-ଟ୍ରଲି ନାଳରେ ଖସି ପଡିବାରୁ ୧୫ ଜଣଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୪ ଜଣ ମହିଳା ଥିବା ବେଳେ ଜଣେ ଶିଶୁ ରହିଛି। ଦୁର୍ଘଟଣାରେ ଅନ୍ୟ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ସୂଚନା ଦେବା ସହିତ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛନ୍ତି।

ପୋଲିସ ସୂଚନା ମୁତାବକ ରବିବାର ସକାଳ ପ୍ରାୟ ୧୦ଟାରେ ଏହି ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଚାଳକ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ଚାଳକଙ୍କୁ ବଞ୍ଚାଇବାକୁ  ଯାଇ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ ଏବଂ ଟ୍ରାକ୍ଟର ଟ୍ରଲି ମୂଷା ନାଳରେ ଖସି ପଡ଼ିଥିଲା। ଲକ୍ଷ୍ୟାପୁରମ ଗାଁ ନିକଟରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୪ ମହିଳା ସହିତ ଗୋଟିଏ ଶିଶୁର ମୃତ୍ୟୁ ଘଟିଛି। ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଅନ୍ୟ ପଟେ ମୁଖ୍ୟମନ୍ତ୍ରୀ  କେ.ଚନ୍ଦ୍ର ଶେଖର ରାଓ  ଜିଲ୍ଲା ପ୍ରଶାସନକୁ ଆହତଙ୍କୁ ଚିକିତ୍ସା ସେବା ଏବଂ ଯଥା ସମ୍ଭବ ସାହାଯ୍ୟ ଯୋଗାଇବା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ରବିବାର ଆନ୍ଧ୍ର ପ୍ରଦେଶର କୁର୍ଣ୍ଣଲରେ ମଧ୍ୟ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। କର୍ଣ୍ଣୁଲ-ନାନ୍ଦଯାନ ରାଜମାର୍ଗରେ ଏକ ଅଟୋ ଓ  ବସ ମଧ୍ୟରେ ଧକ୍କା ହେବାରୁ ୯ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଅନ୍ୟ ଚାରି ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।