‘ବତି ଗୁଲ ମିଟର ଚାଲୁ’ ଟ୍ରେଲର ରିଲିଜ ,ଡିସେମ୍ବର ୨୧ରେ ସିନେମା

0
475
trailer of bati gul meter chalu released
trailer of bati gul meter chalu released
ମୁମ୍ବାଇ : ସିନେମା ‘ବତି ଗୁଲ ମିଟର ଚାଲୁ’ ଟ୍ରେଲର ରିଲିଜ ହୋଇଛି ।  ଏହି ସନେମାଟି ବିଜୁଳି କାଟ ଉପରେ ତିଆରି ହୋଇଛି । ଏହା ଡିସେମ୍ବର ୨୧ରେ ରିଲିଜ ହେବ ।

ଶାହିଦ କପୁର ଓ  ଶ୍ରଦ୍ଧା କପୁର ବତି ଗୁଲ ଔର ମିଟର ଚାଲୁ’ର ଟ୍ରେଲର ରିଲିଜ ହୋଇଛି । ଟ୍ରେଲର ଲଂଚ ସମୟରେ ଫିଲ୍ମର ସମସ୍ତ ଷ୍ଟାର କାଷ୍ଟ ଉପସ୍ଥିତ ଥିଲେ । ଶାହିଦ ଓ ଶ୍ରଦ୍ଧା ବହୁତ କୁଲ ଥିବାର ନଜର ଆସିଥିଲେ । ସାହିଦ କପୁର ଏକ ଧଳା ସାର୍ଟ ସହିତ ଧଳା ପ୍ୟାଂଟ ପିନ୍ଧିଥିବା ବେଳେ ସେ ବହୁତ ଷ୍ଟାଇଲିଷ୍ଟ ଦେଖାଯାଉଥିଲେ । ଶ୍ରଦ୍ଧା କପୁର ମଧ୍ୟ ଫ୍ଲୋରାଲ ସର୍ଟ ଡ୍ରେସ ପିନ୍ଧିଥିଲେ । ଷ୍ଟାର ଫିଲ୍ମ ‘ବତି ଏହା ସହିତ ଶ୍ରଦ୍ଧା ଲାଇଟ ମେକଅପ ନେଇଥିଲେ । ଯାହାଦ୍ୱାରା କି ସେ ଗର୍ଜିୟସ ଦେଖାଯାଉଥିଲେ ।

ଟ୍ରେଲର ଲଂଚ ସମୟରେ ସିନେମାର ପ୍ରଡ୍ୟୁସର ଭୁଷଣ କୁମାର ମଧ୍ୟ ଷ୍ଟାରକାଷ୍ଟଙ୍କ ସହିତ ଉପସ୍ଥିତ ଥିଲେ । ଯଦି ସିନେମାର କଥା କୁହାଯାଏ ତେବେ ସାହିଦ କପୁର ଏହି ସିନେମାରେ ଏକ ଓକିଲ ଭୁମିକାରେ ଅଭିନୟ କରିଛନ୍ତି । ସେହିଭଳି  ଶ୍ରଦ୍ଧା କପୁର ତାଙ୍କ ପ୍ରେମିକା ଭୁମିକାରେ ନଜର ଆସିବେ । ଏହି ସିନେମାରେ ୟାମି ଗୌତମ ମଧ୍ୟ ଏକ ଓକିଲ ଭୂମିକାରେ ଦେଖାଦେବେ ।

ଏହି ସନେମାର ନିର୍ଦ୍ଦେଶକ ଶ୍ରୀନାରାୟଣ ସିଂହ ଅଟନ୍ତି , ଯେ କି ଏହା ପୂର୍ବରୁ ଅକ୍ଷୟ କୁମାରଙ୍କ ସିନେମା ‘ଟଏଲେଟ ଏକ ପ୍ରେମ କଥା’ ସିନେମା ତିଆରି କରିଥିଲେ । ଏହି ସନେମାଟି ବିଜୁଳି କାଟ ଉପରେ ତିଆରି ହୋଇଛି । ଏହା ଡିସେମ୍ବର ୨୧ରେ ରିଲିଜ ହେବ ।