‘ପଲ୍‍ଟନ୍‍’ ର ଟ୍ରେଲର ରିଲିଜ୍‍

0
462
palton trailer released
palton trailer released

ନୂଆଦିଲ୍ଲୀ :  ଦେଶାତ୍ମବୋଧକ  ଚଳଚ୍ଚିତ୍ର ‘ପଲଟନ୍‍’ର ଟ୍ରେଲର ଗୁରୁବାର ରିଲିଜ୍‍ ହୋଇଛି। ରିଲିଜ୍‍ ହେବା ମାତ୍ରେ ଦର୍ଶକ ଏହାକୁ ବେଶ୍‍ ପସନ୍ଦ କରିଛନ୍ତି।  ଚଳିତ ବର୍ଷ ସେପ୍ଟେମ୍ବର ମାସ ୭ ତାରିଖରେ ରିଲିଜ୍‍ ହେବ ଏହି ଚଳଚ୍ଚିତ୍ର।

‘ବର୍ଡର’ ଭଳି ଦେଶାତ୍ମବୋଧକ ତଥା ଭାରତୀୟ ସୈନିକଙ୍କ ବୀରତ୍ୱର ଗାଥାକୁ ଦର୍ଶାଉଥିବା ଚଳଚ୍ଚିତ୍ର ନିର୍ମାଣ କରିଥିବା ପ୍ରସିଦ୍ଧ ନିର୍ଦେଶକ ‘ଜେ ପି ଦତ୍ତା’ ୧୨ବର୍ଷ ପରେ ପୁଣିଥରେ ‘ପଲଟନ୍‍’ ଭଳି ଆଉ ଏକ ଦେଶପ୍ରେମ ତଥା ଯୁଦ୍ଧ ଭିତ୍ତିକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ଯାହାର ଟ୍ରେଲର ଗୁରୁବାର ରିଲିଜ୍‍ ହୋଇଛି। ରିଲିଜ୍‍ ହେବା ମାତ୍ରେ ଦର୍ଶକ ଏହାକୁ ବେଶ୍‍ ପସନ୍ଦ କରିଛନ୍ତି।

ଏହି ଚଳଚ୍ଚିତ୍ରର କହାଣୀ ୧୯୬୭ମସିହାରେ ନାଥୁଲା ସାମରୀକ ଆକ୍ରମଣ ଉପରେ ଆଧାରିତ ଯାହା ସିକ୍କିମ୍‍ ସୀମାରେ ହୋଇଥିଲା। ଏଥିରେ ଜ୍ୟାକି ଶ୍ରଫ୍‍, ଅର୍ଜୁନ୍‍ ରାମପାଲ, ସୋନୁ ଶୁଦ, ଗୁରମିତ୍‍ ଚୌଧୁରୀ, ହର୍ଷବର୍ଦ୍ଧନ ରାଣା, ଶିଦ୍ଧାନ୍ତ କପୁର, ଲବ ସିହ୍ନା, ଇଶା ଗୁପ୍ତା, ସୋନଲ ଚୌହାନ, ଦୀପିକା କକ୍କଡ ଏବଂ ମୋନିକା ଗିଲଙ୍କ ଭଳି କଳାକାର ଅଭିନୟ କରିଛନ୍ତି। ଏହା ପୂର୍ବରୁ ଜେ.ପି ଦତ୍ତା ‘ବର୍ଡର’, ‘ଏଲ୍‍ ଓ ସି -କାର୍ଗିଲ’ ଭଳି ଚଳଚ୍ଚିତ୍ର ନିର୍ମାଣ କରି ବେଶ୍‍ ଚର୍ଚ୍ଚିତ ହୋଇଥିଲେ। ଚଳିତ ବର୍ଷ ସେପ୍ଟେମ୍ବର ମାସ ୭ ତାରିଖରେ ରିଲିଜ୍‍ ହେବ ଏହି ଚଳଚ୍ଚିତ୍ର।