ଘଡଘଡି ଓ ବର୍ଷା : ଅଟକିଲା ଟ୍ରେନ୍‌

0
284
train affected by rain
train affected by rain
ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ଓ ବର୍ଷା ସହିତ ବଜ୍ରାଘାତ ହୋଇଥିବା  ବେଳେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ବୁଧବାର ସକାଳୁ  ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ଓ ବର୍ଷା ସହିତ ବଜ୍ରାଘାତ ହୋଇଥିବା ସୂଚନା ମିଳିଛି । ପ୍ରାୟ ଦେଢ଼ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ବର୍ଷା ହୋଇଥିଲା । କାଳବୈଶାଖୀ ପ୍ରଭାବରେ ବିଭିନ୍ନ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି ।  ଆଜି ସକାଳେ ହୋଇଥିବା କାଳବୈଶାଖୀରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି । କେତେକ ରେଳ ଟ୍ରାକ୍‌ରେ ବିଦ୍ୟୁତ ତା’ର ଛିଡ଼ି ପଡ଼ିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ସିଗ୍‌ନାଲ କାମ କରୁ ନ ଥିବା ଜଣାପଡ଼ିଛି । ଭଦ୍ରକ-ଭୁବନେଶ୍ୱର- ପୁରୀ ରୁଟରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ୍‌ରେ କଟକ-ପୁରୀ ସଟଲ୍‌ ଅଟକି ରହିଥିବା ଜଣାପଡ଼ିଛି । ଯାତ୍ରୀମାନେ ଟ୍ରେନ୍‌ରୁ ଓହ୍ଲାଇ ଚାଲି ଚାଲି ଆସିଥିବା ସୂଚନା ମିଳିଛି ।  ଗତକାଲି ରାତିରେ ବଜ୍ରପାତରେ କେନ୍ଦୁଝର ହାଟଡିହି ବ୍ଲକ୍‌ ଝଣଝଣା ଗ୍ରାମରେ ଜଣଙ୍କ ଘର ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେହିପରି ବାଲେଶ୍ୱର ସୋର ଖଇରା ବ୍ଲକ ତାଲକୁରୁଆ ଗାଁରେ ଏକ ଅଘଟଣ ଘଟିଛି । ବଜ୍ରପାତରେ ସେହି ଗାଁର ହରିହର ବେହେରାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଜି ସକାଳେ ଶୌଚ ପାଇଁ ଯାଇଥିବାବେଳେ ବଜ୍ରାଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।