ଗୁଣ୍ଡାଗିରି : ରାଜଧାନୀରେ ଉଲଗ୍ନ କରି ବାବାଙ୍କୁ ପିଟିଲେ କିନ୍ନର

0
253
transgender attacking a sadhu
transgender attacking a sadhu
ଭୁବନେଶ୍ୱର :  କିନ୍ନରମାନଙ୍କ ଅମାନବିକତାର କାର୍ୟ୍ୟକଳାପ ଚରମ ସୀମାରେ ପହଁଚିଛି । ରାଜଧାନୀରେ ବାବାଙ୍କୁ ଉଲଗ୍ନ କରି ଝାଡ଼ୁରେ ଅତି ନୃଶଂସଭାବେ ମାଡ଼ ମାରିଛନ୍ତି ।

 ରାଜଧାନୀ ଉପରେ କିନ୍ନରଙ୍କ  ଭୟାବହ ରୂପ ଦେଖିବାକୁ ମିଳିଛି । ଜଣେ ବାବାଙ୍କୁ ଉଲଗ୍ନ କରି ଅତି ନୃଶଂସଭାବେ ମାଡ଼ ମାରୁଥିବା ଦେଖାଯାଇଛି ।  କିନ୍ତୁ ଏଥର କିନ୍ନରମାନଙ୍କ ଅମାନବିକତାର କାର୍ୟ୍ୟକଳାପ ଚରମ ସୀମାରେ ପହଁଚିଛି । ଏ ନେଇ ଖଣ୍ଡଗିରି ଥାନାରେ ମଧ୍ୟ ଅଭିଯୋଗ ହୋଇଛି ।

ସୂଚନା ମୁତାବକ, ଗତକାଲି ରାତି କିଛି କିନ୍ନର ଖଣ୍ଡଗିରି ଅଂଚଳରେ ଆଡ୍ଡା ଜମାଇଥିବା ବେଳେ ପୋଲିସ ସେମାନଙ୍କୁ ଘଉଡ଼ାଇ ଥିଲା । କିନ୍ନରମାନେ ନିକଟରେ ଥିବା ନାଗାବାବାଙ୍କ ଆଶ୍ରମକୁ ପଳାଇଯାଇଥିଲେ । କିନ୍ତୁ ବାବା ସେମାନଙ୍କୁ ଆଶ୍ରମରେ ପ୍ରବେଶ କରାଇ ଦେଇ ନ ଥିଲେ । ଏହା ପରେ ସଂପୃକ୍ତ ବାବାଙ୍କ ସହିତ ସେମାନଙ୍କର ପାଟି ତୁଣ୍ଡ ହୋଇଥିଲା । ତେବେ ଆଜି ସକାଳୁ ପ୍ରାୟ ୧୦ରୁ ଅଧିକ କିନ୍ନର ସଂଘବଦ୍ଧଭାବେ ଆସି ବାବାଙ୍କୁ ଆକ୍ରମଣ କରିଛନ୍ତି । ବାବାଙ୍କୁ ଉଲଗ୍ନ କରି ଝାଡ଼ୁରେ ଅତି ନୃଶଂସଭାବେ ମାଡ଼ ମାରିଛନ୍ତି । ଏହା ପରେ ବାବା ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।