ମହାନଦୀକୁ ଖସିଲା ଟ୍ରକ: ଡ୍ରାଇଭର ଓ ହେଲପର ନିଖୋଜ

0
297
truck fell into river mahanadi
truck fell into river mahanadi
ଜଗତସିଂହପୁର : ଭାରସାମ୍ୟ ହରାଇ ମହାନଦୀକୁ ଖସିପଡ଼ିଛି ଏକ ଟ୍ରକ । ଟ୍ରକର ଡ୍ରାଇଭର ଓ ହେଲପର ନିଖୋଜ ହୋଇଛନ୍ତି।

 ଜଗତସିଂହପୁରର ପାରାଦୀପ-ଚଣ୍ଡୀଖୋଲ ରାସ୍ତାରେ ଦୁର୍ଘଟଣା ଘଟିଛି। ଭୂତମୁଣ୍ଡାଇ ପୋଲରୁ ଏକ ଟ୍ରକ ଭାରସାମ୍ୟ ହରାଇ ମହାନଦୀକୁ ଖସିପଡ଼ିଛି। ଫଳରେ ଟ୍ରକର ଡ୍ରାଇଭର ଓ ହେଲପର ନିଖୋଜ ହୋଇ ଯାଇଥିବା ବେଳେ ଖବର ପାଇ ସେଠାରେ ଅଗ୍ନିଶମ ଓ ଓଡ୍ରାଫ୍‌ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ପ୍ରାଥମିକ ସୂଚନାନୁସାରେ, ଆଜି ଅପରାହ୍ଣରେ ଟ୍ରକଟି ସେହିବାଟ ଦେଇ ଯିବା ବେଳେ ଭାରସାମ୍ୟ ହରାଇ ପୋଲର ଏକ ବାଡକୁ ଧକ୍କା ଦେଇ ମହାନଦୀକୁ ଖସିପଡ଼ିଥିଲା। ପ୍ରତ୍ୟକ୍ଷଦର୍ଶୀ ସଙ୍ଗେସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ନଦୀରେ ପାଣି ଅଧିକ ଥିବାରୁ ଟ୍ରକର ପତ୍ତା ମିଳିନଥିବା ବେଳେ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣାସ୍ଥଳରେ ଉପଖଣ୍ଡ ପୋଲିସ ପହଞ୍ଚି ମଧ୍ୟ ତନାଘନା ଜାରି ରଖିଛି। ତେବେ ନିଖୋଜ ଥିବା ଡ୍ରାଇଭରଙ୍କ ନାଁ ଅଜିତ ମଣ୍ଡଳ ବୋଲି ଜଣାପଡ଼ିଛି।