ଭବାନୀପାଟଣା : ପାକିସ୍ତାନକୁ ଯାଉଥିବା ଏକ ଟ୍ରକକୁ ଅଟକ ରଖିଛି ଓଡିଶା ପୋଲିସ୍ । ଭିଲାଇରୁ ବିଶାଖାପାଟଣା ଗଲା ବେଳେ ମାଲ୍ ଭର୍ତି ଦୁଇଟି ଟ୍ରକକୁ ଜବତ କରିଛି ପୋଲିସ୍ ।
ଓଡିଶା ମଧ୍ୟ ଦେଇ ପାକିସ୍ତାନକୁ ଚାଲାଣ ହେଉଛି ବିଭିନ୍ନ ରସାୟନିକ ଦ୍ରବ୍ୟ । ଆଜି ଏହା ଜଣାପଡିବା ପରେ ପୋଲିସର ନିଦ ହଜିଯାଇଛି । ଆଜି ଏପରି ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ । ପାକିସ୍ତାନକୁ ଯାଉଥିବା ଏକ ଟ୍ରକକୁ ଅଟକ ରଖିଛି ପୋଲିସ୍ ।
ସୂଚନାଯୋଗ୍ୟ କି, ଭିଲାଇରୁ ବିଶାଖାପାଟଣା ଗଲା ବେଳେ ମାଲ୍ ଭର୍ତି ଦୁଇଟି ଟ୍ରକକୁ ଜବତ କରିଛି ପୋଲିସ୍ । ଦୁଇଟି ଟ୍ରକରେ କ୍ରୋମିୟମ ସଲଫେଟ୍ ନାମକ କେମିକାଲ ଯାଉଥିବା ଜଣାପଡିଛି । ଭିଲାଇରୁ ବିଶାଖାପାଟଣା ଦେଇ ଜଳପଥରେ ରାସାୟନିକ ଦ୍ରବ୍ୟ ପାକ୍ ଯାଇଥାନ୍ତା ବୋଲି ସୂଚନା ମିଳିଛି । ଟ୍ରକ ଦୁଇଟି ପାକିସ୍ତାନ ଯାଉଥିବାରୁ ବିସ୍ଫୋରକ ସନ୍ଦେହରେ ଅଟକାଇଥିଲା ପୋଲିସ୍ । ପରେ ଏହା କୌଣସି ବିସ୍ଫୋରକ ନୁହେଁ ଏବଂ ଟ୍ରକର କାଗଜପତ୍ର ମଧ୍ୟ ଠିକ୍ ଥିବା ପୋଲିସ୍ କହିଛି । ତେବେ ଯାଉଥିବା ରାସାୟନିକ ଦ୍ରବା ଚମଡା ପ୍ରକ୍ରିୟାକରଣରେ ବ୍ୟବହାର ହୁଏ ବୋଲି କହିଛି ଅବକାରୀ ବିଭାଗ ।