୨ ବିଏସ୍ଏଫ ଯବାନ ସହିଦ

0
249
bsf jawan martyred
bsf jawan martyred

ନୂଆଦିଲ୍ଲୀ  : ରମଜାନ ମାସ ଚାଲିଥିବା ବେଳେ, ପାକିସ୍ତାନ କ୍ରମାଗତ ଭାବରେ ଅସ୍ତ୍ରବିରତି ଉଲଂଘନ କରୁଛି । ପାକିସ୍ତାନର ଗୁଳିରେ ଶନିବାର ରାତିରେ ବିଏସଏଫର ୨ଜଣ ଯବାନ ସହିଦ ହୋଇଛନ୍ତି ।

ସୀମା ଆରପଟୁ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲଂଘନ କରିଛି । ପାକିସ୍ତାନର ଗୁଳିରେ ଶନିବାର ରାତିରେ ବିଏସଏଫର ୨ଜଣ ଯବାନ ସହିଦ ହୋଇଛନ୍ତି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପାକିସ୍ତାନୀ ରେଞ୍ଜର୍ସ ପକ୍ଷରୁ ଗୁଳି ବର୍ଷା କରାଯାଇଛି ଓ ମୋର୍ଟାର ସାହାଯ୍ୟରେ ଗୁଳି କରାଯାଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭାରତୀୟ ଯବାନମାନେ ପାକିସ୍ତାନୀ ଯବାନମାନଙ୍କୁ କଡ଼ାମୁକାବିଲା କରୁଛନ୍ତି ।

ପବିତ୍ର ରମଜାନ ମାସ ଚାଲିଥିବା ବେଳେ, ପାକିସ୍ତାନ କ୍ରମାଗତ ଭାବରେ ଅସ୍ତ୍ରବିରତି ଉଲଂଘନ କରୁଛି । ସୀମା ଉଲଂଘନ କରି ଶତ୍ରୁମାନେ ଭାରତ ଭିତରକୁ ପ୍ରବେଶ କରୁଛନ୍ତି । ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରରେ ସୁରକ୍ଷା ବଳକୁ ଟାର୍ଗେଟ କରୁଛନ୍ତି ।

ଶ୍ରୀନଗରରେ ଶନିବାର ସୁରକ୍ଷା ବାହିୀନ ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ ସାହାଯ୍ୟରେ ଆକ୍ରମଣ କରିଥିଲେ । ଏହି ଘଟଣାରେ ୪ଜଣ ଯବାନ ସହିତ ୫ଜଣ ଲୋକ ଆହତ ହୋଇଥିଲେ । କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଦୁର୍ଘଟଣା ପାଇଁ ଦାୟୀ ବୋଲି ଘୋଷଣା କରିଥିଲା । ଏହି ଆକ୍ରମଣ ଫତହକଦଲ ଓ ବୁଦଶାହ ଅଞ୍ଚଳରେ ହୋଇଥିଲା । ସିଆରପିଏଫ ବାହନକୁ ଲକ୍ଷ୍ୟ କରି ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ ।