ମାଡ଼ିଗଲା ହାଇୱା : ୨ ମୃତ

0
340
two died in accident
two died in accident
କେନ୍ଦ୍ରାପଡା:  ଦୋକାନ ଉପରେ ହାଇୱା ମାଡିଯିବାରୁ ଦୋକାନୀ ସମେତ ଗାଡି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । କେନ୍ଦ୍ରାପଡା ମାର୍ଶାଘାଇ ଛକରେ ଦୁର୍ଘଟଣା ଘଟି ଦୁଇଜଣଙ୍କର ମୃତ୍ୟୁ ହୋଇଛି।
କେନ୍ଦ୍ରାପଡା ମାର୍ଶାଘାଇ ଥାନା ନିକଟ କ୍ରସିଂ ଛକରେ ଦୁର୍ଘଟଣା ଘଟି ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଆଜି ସକାଳେ ଛକରେ ଥିବା ଏକ ଦୋକାନ ଉପରେ ହାଇୱା ମାଡିଯିବାରୁ ଦୋକାନୀ ସମେତ ଗାଡି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମିଳିଥିବା ସୂଚାନନୁସାରେ, ହାଇଓ୍ୱାଟି ପ୍ରଥମେ ଛକରେ ଥିବା ଯାତ୍ରୀ ବିଶ୍ରାମାଗାର ଉପରେ ଚଢିଯାଇ ପାନ ଦୋକାନ ଉପରେ ମାଡି ଯାଇଥିଲା। ଡ୍ରାଇଭରର ଅସାବଧାନତାରୁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକ କହିଛନ୍ତି।

ସେହିପରି ଆଜି ଜଟଣୀ ମ୍ୟୁନିସିପାଲିଟି ଛକରେ ଗୋଟିଏ ବାଇକକୁ ଟ୍ରକ ଧକ୍କା ଦେବା ଫଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ଟ୍ରକ ଧକ୍କାରେ ଗୁରୁତର ହୋଇଥିବା ବାଇକ ଆରୋହୀଙ୍କୁ ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।