ବଜ୍ରପାତରେ ଦୁଇ ମୃତ

0
410
lightning alert
lightning alert

ଖୋର୍ଦ୍ଧା: ବଜ୍ରପାତରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ପରମାନନ୍ଦ ମହାଭୋଇ ଓ ଘର ସାରୁଅ ଗ୍ରାମ ଓ ଅନ୍ୟ ଜଣେ ମୃତକଙ୍କ ନାମ ସଞ୍ଜୟ ନାୟକ ଓ ଘର କୁଞ୍ଜୁରି ଗ୍ରାମରେ ବୋଲି ଜଣାପଡ଼ିଛି।

ଖୋର୍ଦ୍ଧ ଜିଲ୍ଲାରେ ଶନିବାର ଅପରାହ୍ନରେ ବର୍ଷା ସାଙ୍ଗକୁ ବିଜୁଳି ବି ମାରିଥିଲା। ଏହି ବଜ୍ରପାତରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ଏହି ବଜ୍ରପାତରେ ଗୁରୁତର ଆହତଙ୍କ ନାମ ଦିନେଶ୍ୱ ନାୟକ, ବବିତା ନାୟକ ଓ ପୁବୁ ସାହିର ରମେଶ ସେଠି । ବଜ୍ରପାତର ଶିକାର ହୋଇଥିବା ପାଞ୍ଚଜଣଙ୍କୁ ଡାକ୍ତରଖାନାରେ ନିଆ ଯାଇଥିଲେ ହେଁ ସେଠାରେ ଡାକ୍ତର ପରମାନନ୍ଦ ମହାଭୋଇ ଓ ସଞ୍ଜୟ ନାୟକଙ୍କୁ ମୃତ ବୋଲି ଘୋଷଣା କରିଥିଲେ।