ଗାଧେଇବା ବେଳେ ବୁଡିଗଲେ ୨ ଭଉଣୀ

0
271
two sisters drown
two sisters drown
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଗାଧେଇବା ବେଳେ ୨ ଉଭଣୀ ବୁଡିଯିବାରୁ ତାଙ୍କ ମୃତ୍ୟୁ ହୋଇଛି।ମୃତ ଦୁଇ ଉଉଣୀ ହେଲେ ଉମ୍ପା ସାନ୍ତା(୮) ଓ ନୀଳା ସାନ୍ତା(୧୦) ।

ନବରଙ୍ଗପୁର ଜିଲ୍ଲା ଝରିଙ୍ଗା ବ୍ଲକ କୁମୁଡିଗୁଡା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଗାଧେଇବା ବେଳେ ୨ ଉଭଣୀ ବୁଡିଯିବାରୁ ତାଙ୍କ ମୃତ୍ୟୁ ହୋଇଛି। ଏ ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ଘଟଣାସ୍ଥଳରେ ଝରିଙ୍ଗା ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରୁଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ମ ୧୨ଟା ସମୟରେ ଘର ପାଖ ପୋଖରୀକୁ ଉଭୟ ଭଉଣୀ ଗାଧୋଇବାକୁ ଯାଇଥିଲେ। ମାତ୍ର ବହୁତ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକ ବହୁତ ଖୋଜାଖୋଜି କରିଥିଲେ। ପରେ ଗାଁ ଲୋକ ପୋଖରୀରେ ସେମାନେ ବୁଡିଯିବା ଜାଣି ଦମକଳବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଖୋଜାଖୋଜି କରିବା ପରେ ଦୁଇ ଭଉଣୀଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି। ଦୁଇ  ଭଉଣୀଙ୍କ ମୃତ୍ୟୁରେ ଗାଁରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।