ବାଜପେୟୀ ଏମ୍ସରେ ଭର୍ତ୍ତି

0
317
vajpayee
vajpayee
ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି। ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲରିଆ ତାଙ୍କର ଦେଖାଶୁଣା ଦାୟିତ୍ୱରେ ଅଛନ୍ତି।

 ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସୋମବାର ନୂଆଦିଲ୍ଲୀ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି। ଜାତୀୟ ସରବରାହ ସଂସ୍ଥା ଏଏନଆଇ ସୂତ୍ରରୁ ଏହା ଜଣାପଡ଼ିଛି । ମେଡିକାଲର ରିପୋର୍ଟ ମୁତାବକ, ବାଜପେୟୀଙ୍କୁ ରୋଟିନ୍ ଚେକଅପ୍ ପାଇଁ ଏମ୍ସରେ ଭର୍ତ୍ତି କରାଯାଇଛି। ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲରିଆ ତାଙ୍କର ଦେଖାଶୁଣା ଦାୟିତ୍ୱରେ ଅଛନ୍ତି। ଡାକ୍ତରଙ୍କ ନିର୍ଦ୍ଦେଶାନୁସାରେ ତାଙ୍କୁ ଏମ୍ସକୁ ଅଣାଯାଇଛି ।

କହି ରଖୁଛୁ କି, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଅଧିକ ସମୟ ହେବ ରୋଗଗ୍ରସ୍ତର ଶିକାର ଥିଲେ। ବିଜେପିର ସଂସ୍ଥାରେ ସାମିଲ ବାଜପେୟୀ ୩ ଥର ଦେଶର ପ୍ରଧାନ ମନ୍ତ୍ରୀ ହୋଇସାରିଛନ୍ତି । ତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ସମ୍ମାନରେ ସମ୍ମାନିତ କରାଯାଇଛି ।